ମଣ୍ଡିଚାଲ ଅଭିଯାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧିନ ୧୯ଟି ସେବା ସମବାୟ ସମିତିକୁ ସରକାର ପୋସ୍କ ଆଇନ୍ ଅନୁଯାୟୀ ଧାନ କିଣିବାକୁ ଅନୁମତି ଦେଇଛନ୍ତି । ମିଲରମାନେ କିଭଳି ଠିକ୍ ସମୟରେ ମଣ୍ଡିରେ ପହଞ୍ଚି ଚାଷୀଙ୍କ ଧାନକୁ ମିଲ୍‌କୁ ଆଣିବେ ସେ ନେଇ ପ୍ରଶାସନ ସ୍ତରରେ ଅଭାବି ଧାନବିକ୍ରି, ଟୋକନ ଅନୁସାରେ ଚାଷୀଙ୍କ ଧାନକୁ କିଭଳି ବିକ୍ରି ହୋଇ ପାରିବ ସେ ନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଆହ୍ୱାନ କ୍ରମେ ଆଜି ନାମ୍ପୋରେ ଥିବା ୨ଟି ସମବାୟ ଅଫିସକ୍‌କୁ ରାଜ୍ୟ କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ସମୀର ପାତ୍ର, ରାଜ୍ୟ ସାଂପାଦିକା ସୀପ୍ରା ବାଜପେୟୀ, ପଂଚାୟତ ସଭାପତି ଜଗନ୍ନାଥ ପ୍ରଧାନ, ଟାଉନ୍ ସଭାପତି ଫାଲଗୁନୀ ପାଣିଗ୍ରାହୀ, ପ୍ରତାପ ସେନାପତି, ତପନ ବିଶ୍ୱାଳ, ଜିଲା ସଂପାଦିକା ସୁମତି ଦେ, ରବିନ୍ଦ୍ର ଜେନା ପ୍ରମୁଖ ଯାଇ ସମିତିର ଚାଷୀ ଓ ସଂପାଦକ ମାନଙ୍କ ସହିତ ଆଲୋଚନା କରିଥିଲେ ।