ନାଇଜେରରେ ୩ଟି ସ୍ୱର୍ଣ୍ଣ ପଦକ ପାଇଁ ଉତ୍ତୀର୍ଣ୍ଣ ହେବା ପରେ ଜର୍ମାନୀର LMUରେ ନିଯୁକ୍ତି ପାଇଲେ ପ୍ରିତିପ୍ରଭା…

ଭଞ୍ଜନଗର/ଜଗନ୍ନାଥ ପ୍ରସାଦ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ମାଟିର ଗର୍ବ ଓ ଗୌରବ ପ୍ରିତୀ ପ୍ରଭା ସାହୁ । ପିଲା ଦିନୁ ତାଙ୍କର କଠିନ ପରିଶ୍ରମ ଓ ଅଧ୍ୟବସାୟ ଯୋଗୁଁ ଆଜି ପାଠ ପଢା ସହିତ ବହୁ ପୁରସ୍କାରର ଅଧିକାରିଣୀ ହୋଇ ପାରିଛନ୍ତି । କୋରାପୁଟର କେନ୍ଦ୍ରୀୟ ବିଦ୍ୟାଳୟରେ ସେ ପ୍ରଥମ ଠାରୁ ଦଶମ ପର୍ଯ୍ୟନ୍ତ ପଢି ୯୮.୨୩ ପ୍ରତିଶତ ମାର୍କ ରଖି ୨୦୧୨ରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ଭୁବନେଶ୍ୱର ଓ.ଡି.ଏମ୍ ପବ୍ଲିକ୍ ସ୍କୁଲରୁ ୨୦୧୪ରେ କୃତିତ୍ବର ସହ ପାସ୍ କଲେ । ଜାତୀୟ ସ୍ତରରେ ୨୦୧୧ରେ ଶିଶୁ ବୈଜ୍ଞାନିକ ପୁରସ୍କାର ସହ ବହୁ ତର୍କ,ବକ୍ତୃତା, ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ମଧ୍ୟ ପୁରସ୍କୃତ ହୋଇଛନ୍ତି । ରାଜସ୍ଥାନ ଜୟପୁର ଠାରେ ପୂର୍ବତନ ମହାମହିମ ରାଷ୍ଟ୍ରପତି ଏ. ପି.ଜେ. ଅବଦୁଲ କାଲାମଙ୍କ ଠାରୁ ପୁରସ୍କୃତ ହେବେ ପରେ ବୈଜ୍ଞାନିକ ହେବାର ଆଶା ରଖି ୨୦୧୫ ରୁ ୨୦୨୦ ପର୍ଯ୍ୟନ୍ତ ଭାରତର ସର୍ବ ବୃହତ ଶିକ୍ଷାନୁଷ୍ଠାନ ଜଟଣୀ ଠାରେ ଥିବା” ନାଇଜେର୍”ରେ ଅଧ୍ୟୟନ କରି, ସୁମିତ୍ରା ମହାରଣା ମେମୋରିଆଲ ଆୱାର୍ଡ, ବେଷ୍ଟ ଥେସିସ ଆୱାର୍ଡ ଓ ବେଷ୍ଟ ଓଭେରଆଲ ଆଉଟ ଷ୍ଟାଣ୍ଡିଙ୍ଗ ଏକାଡେମୀ ପରଫରମାନ୍ସ ଆୱାର୍ଡରେ ୩ଟି ସ୍ୱର୍ଣ୍ଣ ପଦକ ପାଇ ପୁରସ୍କୃତ ହୋଇ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ବର୍ତ୍ତମାନ ସେ ଜର୍ମାନୀର “ମୁଁଚେନ” ସହରର ଲୁଡୱିଗ ମାକ୍ସିମିଲନ ବିଶ୍ୱବିଦ୍ୟାଳୟରରେ Ph.d କରିବା ସହ ରିସର୍ଚ୍ଚ ଆସିଷ୍ଟାଣ୍ଟ ପଦଵୀରେ ନିଯୁକ୍ତି ପାଇଛନ୍ତି । ବିଜ୍ଞାନ କ୍ଷେତ୍ରରେ ମାନବ ଉତ୍ପତି ସମ୍ପର୍କରେ ରିସର୍ଚ୍ଚ କରି ସେ ଭାରତ ପାଇଁ ଗୌରବ ଆଣିବେ ବୋଲି କହିଛନ୍ତି । ସୁଶ୍ରୀ ପ୍ରୀତିପ୍ରଭା ସାହୁ ହେଉଛନ୍ତି ରାୟଗଡା ଜିଲ୍ଲା କେ.ସିଙ୍ଗ ପୁର ବ୍ଲକ ବି.ଇ.ଓ କାର୍ଯ୍ୟଳୟର ସେକ୍ସନ ଅଫିସର ପ୍ରଭାକର ସାହୁ ଓ ରାୟଗଡା ସରକାରୀ ହାଇସ୍କୁଲର ଟି.ଜି.ଟି ଶିକ୍ଷୟତ୍ରୀ ଶ୍ରୀମତୀ ସଂଗୀତା କୁମାରୀ ସାହୁଙ୍କ ସୁଯୋଗ୍ୟା କନ୍ୟା, ଓ ସ୍ୱର୍ଗତ ସନ୍ୟାସି ସାହୁ ଓ ସ୍ୱର୍ଗତ ଶକୁନ୍ତଳା ସାହୁଙ୍କ ନାତୁଣୀ ତଥା ସାମ୍ବାଦିକ ନିରାକାର ସାହୁଙ୍କ ଝିଆରୀ ଅଟନ୍ତି । ସୁଶ୍ରୀ ପ୍ରୀତିପ୍ରଭାଙ୍କ ଏପରି କୃତିତ୍ବ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।