ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ କୋରନା ସ୍ଥିତି ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ…

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ମହାମାରୀ କୋରନା ସ୍ଥିତି ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବାରେ ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି ଗଞ୍ଜାମବାସି । ସମସ୍ତ ବ୍ଲକ ଅଫିସର ଓ କ୍ଷମତା ପ୍ରାପ୍ତ ଜିଲ୍ଲାପାଳ ଜନପ୍ରତିନିଧି ଏହିପରି ଜଟିଳ ପରିସ୍ଥିତିର ପରିଚାଳନା ଦକ୍ଷତାର ସହିତ କରିଥିବାରୁ ପ୍ରଥମେ ସେମାନଙ୍କୁ ହାତ ଯୋଡି ସାଧୁବାଦ ଜଣାଇଥିଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏହାସହ ଜନସାଧାରଣଙ୍କର ଜନ ଜୀବନକୁ ବଞ୍ଚାଇବା ଆମ୍ଭମାନଙ୍କର କର୍ତ୍ତବ୍ୟ, କଠିନ ପରିଶ୍ରମ କରି ଏହିସବୁ କାର୍ଯ୍ୟ ଆପଣମାନେ ସୁପରିଚାଳନା କରିଥିବା ଯୋଗୁଁ ଆପଣମାନେ ଶ୍ରେୟ ପାଇବା ଯୋଗ୍ୟ ବୋଲି କହିଥିଲେ । ଆପଣମାନଙ୍କର ସହଯୋଗରେ ମହାମାରୀ କୋରନାରୁ ଆଜି ଜନସାଧାରଣମାନଙ୍କୁ ମୁକ୍ତି ମିଳିପାରିଛି । ଗଞ୍ଜାମ ବାସି ସଫଳତାର ସହ ସୁପରିଚାଳନା କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ତୋଷ ପ୍ରକାଶ କରିଥିବା ଜିଲ୍ଲାପାଳ କହିଥିଲେ । ବର୍ତ୍ତମାନ ଆମ ସମସ୍ତଙ୍କୁ ଆଗାମୀ ୨ମାସ ପର୍ଯ୍ୟନ୍ତ ସତର୍କତାର ସହ ରହିବାକୁ ପଡିବ । ମହାମାରୀ କୋରନା ଆଉ ଯେପରି ଫେରି ନ ଆସେ ଆମ୍ଭେମାନେ ଆଗାମୀ ଦିନରେ ଆପଣମାନଙ୍କର ଦାଇତ୍ୱ ନେବୁ ବୋଲି ଉପସ୍ଥିତ ଥିବା ଜନପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଥିଲେ । ଏହାବ୍ୟତୀତ ଗାଁ ଗାଁରେ ସଚେତନତା ମାସ୍କ ବ୍ୟବହାର, ଦୋକାନ ବଜାରରେ ସାମାଜିକ ଦୂରତା ରକ୍ଷା କରିବା, ଭୋଜି ମନ୍ଦିରରେ ଜନଗହଳି ନ କରିବା ପାଇଁ ପରାମର୍ଶ ଦେଇଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅନୁଦାନ ମଧ୍ୟରେ ପ୍ରଥମେ ସ୍କୁଲ ଓ ଅଙ୍ଗନୱାଡିର ରୂପ ରେଖା ବଦଳାଇବା ପାଣି, ପାଇଖାନା, ରାସ୍ତାଘାଟ ଆଦିକୁ ପରିସ୍କାର ପରିଚ୍ଛନ ରଖିବାକୁ ପରାମର୍ଶ ଦେଇଥିଲେ । ଏହାସହ ଅଭାବ ସାର ବିକ୍ରୟର ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଊସାହାବ, ବ୍ଲକ ଅଧ୍ୟକ୍ଷା ସଙ୍ଗୀତା ବେହେରା, ଜନପ୍ରତିନିଧି ବ୍ଲକର ସମସ୍ତ ଅଫିସରଙ୍କ ସମେତ ବିଭିନ୍ନ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା