କବିସୂର୍ଯ୍ୟନଗର ଗସ୍ତ କରି କୋଭିଡ୍ ସ୍ଥିତି ସଂପର୍କରେ ସମୀକ୍ଷା କଲେ ଜିଲ୍ଲାପାଳ…

କବିସୂର୍ଯ୍ୟନଗର (ସମୃଦ୍ଧ ଓଡିଶା) ଗତକାଲି କବିସୂର୍ଯ୍ୟନଗର ଗସ୍ତ କରି କୋଭିଡ୍ –୧୯ ସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏନେଇ କବିସୂର୍ଯ୍ୟନଗର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ତହସିଲଦାର, ବିଡିଓ, ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସରପଞ୍ଚ ଓ ସମିତି ସଭ୍ୟମାନେ ଅଂଶ ଗ୍ରହଣ କରିଥିଲେ । ଏହି ବୈଠକରେ ଜିଲ୍ଲାପାଳ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣର ସ୍ଥିତି ସମୀକ୍ଷା କରିବା ସହ ଏହାକୁ କମ୍ କରିବା ଲାଗି ସରକାରଙ୍କ ଗାଇଡଲାଇନ୍ ଉପରେ ସୂଚନା ଦେଇଥିଲେ । ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦେବା ସହ ଦୋକାନୀମାନଙ୍କ ପାଇଁ ପଞ୍ଚସୂତ୍ରୀ ନିୟମ କଡାକଡି ଲାଗୁ ପ୍ରତି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା