ସଂଘର୍ସମୟ ଜୀବନଯାତ୍ରାରୁ ଦୀଗମ୍ବରୀ ଦେବୀଙ୍କ ମହାଯାତ୍ରା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜୀବନ ଯୁଦ୍ଧର ସଂଘର୍ସ ମଧ୍ୟରେ ଦିଗମ୍ବରୀ ମହାନ୍ତିଙ୍କ ଜୀବନ ଇତିହାସ ସୃଷ୍ଟି ହୋଇଥିବା ବେଳେ ନିକଟରେ ତାଙ୍କର ମହାଯାତ୍ରା ଅବସରରେ ଆଜି ତାଙ୍କ ଶାଳିକୋଠାସ୍ଥିତ ବାସଗୃହ ମହାନ୍ତି ପରିବାରରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବିଷ୍ଣୁପଦ ମହାନ୍ତି ଅଧ୍ୟକ୍ଷତା କରି ସଂଘର୍ସ ମଧ୍ୟରେ କିପରି ସଫଳତା ମିଳିଥାଏ ତାହା କହିଥିଲେ । ମୁଖ୍ୟ ଅତିଥି ଭାବେ ସମାଜସେବୀ ସୁବାସିନୀ ଜେନା ଯୋଗ ଦେଇ ଦିଗମ୍ବରୀ ଦେବୀ ବାଲିଆପାଳର ଶ୍ରୀରାମପୁର ଗାଁର କାଳିଚରଣ ବେହେରା ଓ ଫୁଲ ବେହେରାଙ୍କ ୬ଷ୍ଠ କନ୍ୟାଙ୍କ ସଂଘର୍ସମୟ ଜୀବନଯାତ୍ରାରୁ ମହାଯାତ୍ରା ପର୍ଯ୍ୟନ୍ତ ସ୍ମୃତିଚାରଣ କରିଥିଲେ । ୧୨ବର୍ଷ ବୟସରେ ବିବାହିତ ଜୀବନ ଆରମ୍ଭ କରିଥିବା ବେଳେ ୩୬ବର୍ଷ ବୟସରେ ସ୍ୱାମୀଙ୍କୁ ହରାଇ ୪ପୁଅ ଓ ଝିଅଙ୍କୁ ଉଚ୍ଚ ଶିକ୍ଷିତ କରାଇ ପାରିଥିଲେ । ଜଣେ ସମାଜସେବୀ, ଆଧ୍ୟାତ୍ମିକବଦୀ, ଅନୁଷ୍ଠାନପ୍ରେମୀ ଭାବେ ବେଶ୍ ପରିଚିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶରତ ଚନ୍ଦ୍ର ପ୍ରଧାନ, ପ୍ରାଧ୍ୟାପକ ବିପିନ ବିହାରୀ ବିଶ୍ୱାଳ, ଖାରବେଳ ସ୍ୱାଇଁ, ଡ. ବିବେକାନନ୍ଦ ସାହୁ, ଡ. ଶ୍ରୀକାନ୍ତ ଚାରଣ ପାତ୍ର, ନୀଳକଣ୍ଠ ଖଣ୍ଡା ପ୍ରମୁଖ ଅତିଥିଭାବେ ଯୋଗ ଦେଇ ଦିଗମ୍ବରୀଦେବୀଙ୍କ କର୍ମମୟ ଜୀବନ ସଂପର୍କରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. ରମାକାନ୍ତ ଭଂଜ, ଓଷ୍ଟାର ବାଦଲଚନ୍ଦ୍ର ପାତ୍ର, ଜଗବଂଧୁ ପାତ୍ର, ମନୋରଂଜନ ଦାସ, ବଂଶୀଧର ବାରିକ, ଅରୁଣ କୁମାର ରାଜ, ବରେନ୍ଦ୍ର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ସିଂ, ଗଦାଧର ଦାସ, ରମାକାନ୍ତ ଜେନା, ହେମନ୍ତ ଗିରି, ବସନ୍ତ ଦାସ ପ୍ରମୁଖ ସ୍ମୃତିଚାରଣ କରି ବକ୍ତବ୍ୟ ରଖିଥିଲେ । ଶ୍ରୀକୁମାର ମଂଚ ପରିଚାଳନା କରିଥିବା ବେଳେ ଅଜିତ୍ କୁମାର ମହାନ୍ତି ମଂଚ ଆହ୍ୱାନ କରିଥିଲେ । ଏଥିରେ ପୁରୀରୁ ଆସିଥିବା ମହାସୁଆର କୁନି ମିଶ୍ର, ପାଲାଗାୟକ ଶଶିଭୂଷଣ ଦାସ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । “ତ୍ୟାଗ ଓ ସେବାର ମୂତ୍ତିମନ୍ତ ପ୍ରତୀକ କରୁଣାର ପ୍ରତୀକ ଦିଗମ୍ବରୀ” ସ୍ମରଣୀକା ଉନ୍ମୋଚିତ ହୋଇଥିଲା । ଶେଷରେ ପୁରୀର ସୁଆରମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ପ୍ରସାଦ ଏଠାରେ ସେବନ କରାଯାଇଥିଲା ।

ରିପୋର୍ଟ : ଭୂପତି ପରିଡା