ଦ୍ରୌପଦୀ ଦେବୀ ବାଲ ଭବନ ଓ ଦ୍ରୌପଦୀ ଦେବୀ ଦିବ୍ୟଙ୍ଗ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଡ଼ବିଲ(ସମୃଦ୍ଧଓଡିଶା)କେନ୍ଦୁଝର ଜିଲ୍ଲା ବଡବିଲରେ ପ୍ରଥମ ଗଢି ଉଠିଥିବା ପ୍ଲେ ସ୍କୁଲ ଓ ଦିବ୍ୟାଙ୍ଗ ସ୍କୁଲ ଭାବରେ ଉଚ୍ଚ ପ୍ରଶଂସିତ ହୋଇଥିବା ଦୁଇ ସ୍କୁଲର ସତର ତମ ବାର୍ଷିକ ଉତ୍ସବ ରୁଙ୍ଗଟା ଟାଉନ ହଲ ଠାରେ ଅନୁଷ୍ଠିତ ହୋଇ ଯାଇଛି ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ପଦ୍ମ ଶ୍ରୀ ଡକ୍ଟର ତୁଳସୀ ମୁଣ୍ଡା ସମାଜ ସେବୀ ଡମୟନ୍ତୀ ସାମଲ, ବଡ଼ବିଲ ରେଞ୍ଜର ଶ୍ରୀ ରଞ୍ଜନ କୁମାର କାଲୋ ବଡ଼ବିଲ ଉପ କାରାଗାର ଯେଲର ଶ୍ରୀମତୀ ପୁନମମାଡାମ .ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ପୁଷ୍ାଞ୍ଜଳି ଦେଇ ପ୍ରଦୀପ ପ୍ରୋଜଳନ କରିଥିଲେ ଓ ପରେ ପରେ ଭିନ୍ନ କ୍ଷମ ସ୍କୁଲ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ପ୍ରଥମ କରି ଚକ୍ଷୁ ହିନ ବାଳିକା ଙ୍କ ଦ୍ଵାରା ଭଜନ ରେ ପୁରା ଭାବ ବିହୋଳ କରିଥିଲା ପରେ ସ୍କୁଲ ର ପ୍ରିନ୍ସିପଲ୍ ଶ୍ରୀମତୀ ରଞ୍ଜନ ଶର୍ମା ବାର୍ଷିକ ବିବରଣୀ ପାଠ କରିଥିଲେ ଓ ପରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ କରାଯାଇଥିଲା ଭିନ୍ନ ଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇ ଥିବା ପିଲା ମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଦିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା ପ୍ରଥମ ସ୍ବାଗତ ରେ ଦ୍ରୌପଦୀ ଦେବୀ ସାଂସ୍କୃତିକ ଅନୁଷ୍ଠାନ କୁନି କଳାକାର ଙ୍କ ଦ୍ଵାରା ସ୍ବାଗତ ରେ ମଙ୍ଗଳା ଚରଣ ଓ ରଘୂପତି ରାଜା ରାମ ଉପରେ ଆଧାରିତ ଏକ ସୁନ୍ଦର ନୃତ୍ୟ, ପରେ ପରେ ବାଲ ଭବନ ର ପ୍ରିନସିପଲ୍ ରିତୁ ଜାଲନ ବାର୍ଷିକ ବିବରଣୀ ପାଠ କରିବା ସହ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ ଛୋଟ ଛୋଟ ପିଲା ମାନଙ୍କ ର ନୃତ୍ୟ ଅତି ମନୁଗ୍ଧକର କରିଥିଲା ଦର୍ଶକ ଙ୍କୁ ରାମାୟଣ ଉପରେ ଆଧାରିତ ନାଟକ ଅତି ବିମୋହିତ କରିଥିଲା ଦର୍ଶକ ମାନଙ୍କୁ। ସେଣ୍ଟ ମାରି ସ୍କୁଲ ସ୍କୁଲ ର ପ୍ରିନ୍ସିପାଲ ସିଷ୍ଟର କରୁଣା ଓ ଭାଇସ୍ ପ୍ରିନ୍ସିପାଲ କୁନି ପିଲାମାନଙ୍କୁ କିଛି ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ ପ୍ରଦାନ କରିଥିଲେ ପରି ସେସ ରେ ବଡ଼ବିଲ ରେଞ୍ଜର ଶ୍ରୀ ରଞ୍ଜନ କୁମାର କାଲୋ ଓ ବଡବିଲ ଉପକା ରା ଗାର ର ଯେ ଲର ମଧ୍ୟ ସମ୍ମାନୀୟ ଅତିଥି ଭାବରେ ଯୋଗଦେଇ ପିଲାମାନଙ୍କୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ। ମଞ୍ଚ ପରିଚାଳାନ କରିଥିଲେ ବିନି କର ଓ ଭୂମିକା ତ୍ରିପାଠୀ। ଦ୍ରୌପଦୀ ଦେବୀ ମଙ୍ଗଳ କାରୀ ସଂସ୍ଥା ଏହି କାର୍ଯ୍ୟ କର୍ମକୁ ପୁର ସହଯୋଗ କରିବା ସହ ଦ୍ରୌପଦୀ ଦେବୀ ର ସମସ୍ତ ସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ପରିଚାଳନ କରିଥିଲେ।

ରିପୋର୍ଟ : ରଜତ ମହାପାତ୍ର