କଞ୍ଚୁରୁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ନୂଆ-ଓ” ସାହିତ୍ୟ ପ୍ରତିଯୋଗିତା ଉଦଯାପନ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପରିପ୍ରେକ୍ଷୀରେ ଆୟୋଜିତ “ନୂଆ-ଓ” ସାହିତ୍ୟ ପ୍ରତିଯୋଗିତା ର ଉଦଯାପନୀ ଉତ୍ସବ ଆଜି ହିଞ୍ଜିଳିକାଟୁ ବ୍ଲକ୍ ଅଧୀନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,କଞ୍ଚୁରୁ ରେ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ଅଧ୍ୟକ୍ଷ ସୁଜିତ୍ କୁମାର ପାଢ଼ୀ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସଭା ମୁଖ୍ୟ ଭାବେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ଏଲ୍.ଗୋରୀ ଆଚାରୀ,ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ମଦନ ମୋହନ ସେଠୀ,ମୁଖ୍ୟ ବକ୍ତା ଭାବେ ରେଷ୍ପଣ୍ଡ ଟ୍ରଷ୍ଟ,ଇଣ୍ଡିଆ ର ଅଧ୍ୟକ୍ଷ ସ୍ବସ୍ତି ସୁନ୍ଦର ସୀୟ,ସମ୍ମାନିତ ଅତିଥି ଭାବେ ଦାରୁଭଦ୍ରା ସରପଞ୍ଚ ବିକାଶ ସେଠୀ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜୟସେନ ମହାନ୍ତି,ବରିଷ୍ଠ ଶିକ୍ଷକ ନିରଞ୍ଜନ ସାହୁ ଙ୍କ ସମେତ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଭାବେ ନୀଳାଞ୍ଚଳ ବେହେରା ଆଦି ମଞ୍ଚସ୍ଥ ଥିଲେ।ଦୈନନ୍ଦିନ ଜୀବନରେ ଓଡ଼ିଆ ଭାଷାର ମାହାତ୍ମ୍ୟ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଅତିଥିମାନେ ନିଜ ନିଜର ମନ୍ତବ୍ୟ ପ୍ରକାଶ କରିଥିଲେ।ବିଗତ ଦିନରେ ବିଦ୍ୟାଳୟ ସ୍ତରରେ ଆୟୋଜିତ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ର ସମସ୍ତ କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।କାର୍ଯ୍ୟକ୍ରମକୁ ରାଜନୀତି ବିଜ୍ଞାନ ଅଧ୍ୟାପକ ଚିନ୍ମୟ ପୋଲାଇ ପରିଚାଳନା କରିଥିବାବେଳେ କ୍ରୀଡା ଶିକ୍ଷକ ବିଭୂତି ପଟ୍ଟନାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏଥିରେ ସହଯୋଗ କରିଥିଲେ।ଶେଷରେ,ସଂସ୍କୃତ ଶିକ୍ଷକ ଆଦିତ୍ୟ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ : ରଜତ ପଟ୍ଟନାୟକ