ଦୃଷ୍ଟିହୀନ ବାଳିକା ବିଦ୍ୟାଳୟକୁ କିନ୍ନରଙ୍କ ଦାନ

ବ୍ରହ୍ମପୁର(ସମୃଦ୍ଧଓଡିଶା)ସ୍ଥାନୀୟ ଅନ୍ଧପସରା ରୋଡ ସ୍ଥିତ ଆବାସିକ ଆଦର୍ଶ ଦୃଷ୍ଟିହୀନ ବାଳିକା ବିଦ୍ୟାଳୟକୁ ବ୍ରହ୍ମପୁର କିନ୍ନର ସଂଘର ରାଜ୍ୟ ସଭାପତି ତଥା ସମାଜ ସେବି ସୁଇଟି ସାହୁଙ୍କ ତତ୍ୱlଵଧାନରେ, ବର୍ଷା ଓ ତୁଳସୀ ଏକ ଇନଭେଟର ଦାନ କଲେ l ଏହଦ୍ୱାରା ଅlବlସରରେ ରହୁଥିବା ପ୍ରାୟ ୧00 ଛାତ୍ରୀ ଖରାର ଉତ୍ତାପରୁ ରକ୍ଷl ପାଇପାରିବେ, ଏହାଛଡା ରହୁଥିବା ଛାତ୍ରୀମାନଙ୍କୁ ଚକଲେଟ ଓ ଆଇସକ୍ରିମ ବଣ୍ଟନ କରିଥିଲେ l ବ୍ରହ୍ମପୁର ସହରରେ ବାରମ୍ବାର ବିଦ୍ୟୁତ କଟୁଥିବାରୁ ଗରମରେ ଆଉଟପlଉଟ ହେଉଥିଲେ l ଏହାକୁ ଆଖିଆଗରେ ରଖି ସୁଇଟ ସାହୁ ଏହି ଅନ୍ଧ ଛାତ୍ରୀ ମାନଙ୍କ ମୁହଁରେ ଟିକେ ହସ ଫୁଟାଇପାରିଛନ୍ତି l ଏହି ଅନ୍ଧ ସ୍କୁଲରେ ରହୁଥିବା ଛାତ୍ରୀ ମାନଙ୍କ ପାଇଁ ବ୍ରହ୍ମପୁର ବାସି ହାତ ବଢ଼େଇଵା ପାଇଁ ପ୍ରାର୍ଥନା କରିଛନ୍ତି l ଏହିପରି କାଯ୍ୟ ଶୈଳୀକୁ ଅଞ୍ଚଳ ବାସି ପ୍ରଂଶସା କରିଛନ୍ତି l
ଜିଲ୍ଲାପ୍ରତିନିଧି ନିମାଇ ଚରଣ ପଣ୍ଡାଙ୍କ ରିପୋର୍ଟ