ଶିଶୁପାଳ ଗଡ଼ରେ ରଜ ପର୍ବ ପାଳନ : ଦୋଳି ଖେଳିଲେ ସାଂସଦ ଅପରାଜିତା

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ପ୍ରକୃତି ଓ ପରମ୍ପରାର ଏକ ମଧୁର ସମନ୍ୱୟ ଲୁଚି ରହିଛି । ସୂକ୍ଷ୍ମ ଦୃଷ୍ଟିରେ ଦେଖିଲେ ମାଟି ଓ ମୌସୁମୀର ମିଳନ ଏକ ଅପୂର୍ବ ପୁଲକ ଭରି ଦିଏ କୃଷକ ମନରେ । ପୃଥିବୀର ମାତୃତ୍ଵ କାମନା କରି ଜୟ ଗୀତ ଗାନ କରେ କୃଷକ । ଆଦ୍ୟ ଆଷାଢର ପ୍ରଥମ ବାରିପାତରେ ପୃଥିବୀ ଋତୁମତୀ ହୋଇଥିବାରୁ ଖୁସିରେ ଉତ୍ସବ ମୁଖର ହୋଇ ଉଠେ ଚର୍ତୁପାଶ୍ୱ । ପୂର୍ଣ୍ଣ ଯୌବନର ଦୀପ୍ତି ନେଇ ଧରିତ୍ରୀକୁ ଆସିଥାଏ ମାଟି ଓ ମୌସୁମୀର ମିଳନର ପର୍ବ ରଜ । ଏହି ଗଣପର୍ବ ଶିଶୁପାଳ ଗଡ଼ ସ୍ଥିତ ଦଶହରା ପଡିଆ ରେ ଦୁଇ ଦିନ ଧରି ଧୁମ ଧାମ ରେ ପାଳନ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ପ୍ରଥମ ଦିନ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଈ, ରାଜ ଦୋଳି ରେ ବସି ବେଶ ଆନନ୍ଦ ନେଇଥିଲେ ତାଙ୍କ ସହିତ ଅଭିନେତା ଅଖିଳ ପଟ୍ଟନାୟକ, ବିଜେପି ପ୍ରଶିକ୍ଷଣ ସେଲ ଅଧ୍ୟକ୍ଷ ରବି ମହାରଣା, ଉପାଧ୍ୟକ୍ଷ ଦୀପ୍ତି ରେଖା ପଟ୍ଟନାୟକ, ସଦସ୍ୟ ବବିତା ଜେନା, କ୍ଲବ ର ସମ୍ପାଦକ ପ୍ରଦୀପ୍ତ ଜେନା, ପ୍ରଦୁମ୍ନ୍ୟା ଜେନା ପ୍ରମୁଖ ଯୋଗ ଦେଈ ଥିବା ବେଳେ ଦ୍ୱିତୀୟ ଦିନ ବିଜେପି ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ, ରଶ୍ମି ମହାପାତ୍ର, ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଯୋଗ ଦେଈ ଥିଲେ l