ଦୁର୍ନୀତିକୁ ରୋକିବା ପାଇଁ ଲୋକାୟୁକ୍ତ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ନିମନ୍ତେ ସଚେତନତା ଶିବିର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାରେ ଦୁର୍ନୀତିକୁ ରୋକିବା ନିମନ୍ତେ ଲୋକାୟୁକ୍ତ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ନିମନ୍ତେ ଆରମ୍ଭ ହୋଇଛି ପ୍ରୟାସ । ଏନେଇ ଏକ ସଚେତନତା ଶିବିର ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବ୍ରହ୍ମପୁରର ସଂସ୍କୃତି ଭବନରେ ଆୟୋଜିତ କରାଯାଇଥିଲା । ଏହି ଶିବିରରେ ଲୋକାୟୁକ୍ତର ଅଧ୍ୟକ୍ଷ ଅଜିତ ସିଂ, ସଦସ୍ୟ ଜଷ୍ଟିସ ବି.କେ ନାୟକ, ସଦସ୍ୟ ଡ଼.ଶାନ୍ତି ଶର୍ମା, ଜିଲ୍ଲା ଦୌରାଜଜ ବିଭୁ ପ୍ରସାଦ ରାଉତ, ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ବ୍ରହ୍ମପୁର ଏସପି ପିନାକ ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଲୋକାୟୁକ୍ତର କାର୍ଯ୍ୟକ୍ରମରେ ବିଶେଷ କରି ଦୁର୍ନୀତିକୁ ରୋକିବା ପାଇଁ ଏହାର କଣ ଭୂମିକା ରହିଛି, ସାଧାରଣ ଲୋକ କୌଣସି ସରକାରୀ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ସମ୍ପର୍କିତ ଅଭିଯୋଗ କିପରି କରିପାରିବେ ସେ ସମ୍ପର୍କରେ ଅବଗତ କରାଇଥିଲେ । ଆଗକୁ ଏକ ପୋଷ୍ଟାଲ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି । ଏହାସହ ମାମଲାର ସଂଖ୍ୟାକୁ ଦୃଷ୍ଟିରେ ରଖି ଭିନ୍ନ ଭିନ୍ନ ଜିଲ୍ଲାରେ ଏହାର ବେଞ୍ଚ ମାଧ୍ୟମରେ ଵିଚାରଣ ପାଇଁ ଚିନ୍ତା କରାଯିବ ବୋଲି ଅଧ୍ୟକ୍ଷମାନେ କହିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା