ବ୍ୟକ୍ତିଗତ ସମ୍ପତ୍ତି ଉପରେ ସରକାରୀ ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଜଳେଶ୍ୱର ଥାନାରେ ପୌରପରିଷଦ ନିର୍ବାହୀ ଅଧିକାରୀଙ୍କ ନାମରେ ଅଭିଯୋଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସିଭିଲ ଜଜ (ସିନିୟର ଡିଭିଜନ)ଙ୍କ ଅଦାଲତରେ ସିଏସ୍ ନଂ-୭୬/୨୦୧୬ ମୋକଦ୍ଦମା ବିଚାରଧିନ ରହିଥିବା ବେଳେ ଉକ୍ତ କେସ୍ରେ ବାଲେଶ୍ୱର ଜିଲାପାଳ ଜଳେଶ୍ୱର ପୌରପରିଷଦର ଅଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀ ପକ୍ଷଭୁକ୍ତ ଅଛନ୍ତି । ମାତ୍ର ଜଳେଶ୍ୱର ପୌରପରିଷଦର ନିର୍ବାହୀ ଅଧିକାରୀ ହୃଷିକେଶ ପାଣି ଉକ୍ତ ମୋକଦ୍ଦମାରେ ପକ୍ଷଭୁକ୍ତ ଥିଲେ ମଧ୍ୟ ତାଙ୍କ ନିର୍ଦ୍ଦେଶରେ ଆଜକୁ ୩ବର୍ଷ ପୂର୍ବରୁ ବନ୍ଦ ଥିବା ରାସ୍ତାକୁ ପୁଣି ଗତ ୬-୮-୧୯ରେ ପୌତୃକ ସମ୍ପତ୍ତି ଉପରେ ରାସ୍ତାନିର୍ମାଣ ଉଦ୍ୟମ ହେଉଛି ବୋଲି ୧୫ନଂ ୱାର୍ଡ ନହଞ୍ଜରା ବାସିନ୍ଦା ଆଜି ସଂଧ୍ୟାରେ ଜଳେଶ୍ୱର ଥାନାରେ ପୌରପରିଷଦ ନିର୍ବାହୀ ଅଧିକାରୀଙ୍କ ନାମରେ ଅଭିଯୋଗ କରିଛନ୍ତି । ଉକ୍ତ ସମ୍ପତ୍ତି ଜଳେଶ୍ୱର ତହସିଲ ଅନ୍ତର୍ଗତ ନହଞ୍ଜରା ମୌଜା ଖାତା ନଂ ୯୬୮, ଖସଡା ନଂ ୩୨୧ ଓ ୪୬ଡିସିମିଲ ଉପରେ ରହିଥିବା ବେଳେ ଉକ୍ତ ଜାଗା ଉପରେ କୌଣସି ଅନୁମତି ନ ନେଇ ସରକାରୀ ରାସ୍ତା ନିର୍ମାଣ କରାଯାଉଥିବାରୁ ସେ ନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ଆଇନ୍ଗତ ଦୃଡଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା