ଦୁର୍ଘଟଣା ଘଟି ବିଦ୍ୟୁତ କର୍ମଚାରୀ ଗୁରୁତର ଆହତ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ଥାନା ଅନ୍ତର୍ଗତ ବାରୁଡ଼ା ଗ୍ରାମ ପଞ୍ଚାୟତର ବାଲିଆ ପଟା ଫିୟୁଜ ସେଣ୍ଟରରେ ଇଲେକ୍ଟ୍ରିକ କାମ କଲାବେଳେ ଦୁର୍ଘଟଣା ଘଟି ପଞ୍ଚାନନ ରାୟଗୁରୁ ନାମକ ଜଣେ ବିଦ୍ୟୁତ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ ରାୟଗୁରୁ ଫିୟୁଜ ସେଣ୍ଟର କାମ କରୁଥିବା ବେଳେ କୌଣସି କାରଣରୁ ସଟ୍ସସର୍କିଟ ଘଟି ଗୁରୁତର ଆହତ ହୋଇଥିଲେ । ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ସଂଗେ ସଂଗେ ୧୦୮ ଆବୁଲାନ୍ସ ଯୋଗେ ଭଞ୍ଜନଗର ଉପଖଣ୍ଡ ମେଡିକାଲରେ ଭର୍ତି କରାଯାଇଥିଲା । ଦୁର୍ଘଟଣାରେ ତାଙ୍କର ୨ହାତ ପୋଡି ଯାଇଛି । ବର୍ତ୍ତମାନ ସେ ସେଠାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।

ରିପୋର୍ଟ – ନିଲୁ ବିଷୋୟୀ