କାର୍ଯ୍ୟରତ ସାମ୍ବାଦିକଙ୍କୁ ତହସିଲଦାରଙ୍କ ସାମ୍ନାରେ ଆକ୍ରମଣ : ଆସାମୀକୁ ଗିରଫ ଦାବୀ…

ମୋହନା (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ମୋହନାରେ ଏକ ଜନସେବା କେନ୍ଦ୍ରରେ କୋଭିଡ୍-୧୯ର ସମସ୍ତ ନିୟମାବଳୀ ଏବଂ ଜିଲ୍ଲା ପ୍ରଶାସନର ଆଦେଶକୁ ଅବମାନନା କରିଥିବା ସହିତ ସାଧାରଣ ସାନିଟାଇଜର୍, ସୋସିଆଲ ଡିଷ୍ଟାନସ୍ ମଧ୍ୟ ମାନୁନଥିବା ଦେଖିବାକୁ ମିଳିଥିଲା । ଏମିତିକି ଜିଲ୍ଲା ପ୍ରଶାସନ ସକାଳ ୬ ଘଣ୍ଟା ଠାରୁ ୧୧ ଘଣ୍ଟା ଓ ସନ୍ଧ୍ୟା ୪ ଘଣ୍ଟା ଠାରୁ ୭ ଘଣ୍ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ତାହାର ମଧ୍ୟ ଅବମାନନା ହୋଇଥିଲା । କୋଭିଡ୍-୧୯ର ନିୟମ ଉଲଘଂନ କରୁଥିବାର ଦେଖି ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ଚଢ଼ାଉ କରିଥିଲେ ସେହି ସମୟରେ କାର୍ଯ୍ୟରତ ସାମ୍ବାଦିକ ଲକ୍ଷ୍ମଣ ଚୌଧୁରୀ, ବାଦଲ ବେହେରା, ଆଦିତ୍ୟ ପ୍ରସାଦ ପଟ୍ଟନାୟକ, ଆଶ୍ୱିନ କୁମାର୍ ପାତ୍ର, ଗଣେଶ ବିଷୋୟୀ, ସୁମନ କୁମାର ପଟ୍ଟନାୟକ ଓ ପିଣ୍ଟୁ ପ୍ରଧାନ ଏହି ଜନସେବା କେନ୍ଦ୍ରକୁ ଯାଇଥିଲେ । ଏହି ପରିସ୍ଥିତିର ଫୋଟୋ ଏବଂ ଭିଡିଓ ନେଲା ବେଳେ ଜନସେବା କେନ୍ଦ୍ର ମାଲିକ ଯୋଗେନ୍ଦ୍ର କୁମାର ରଥ ସାମ୍ବାଦିକ ମାନଙ୍କୁ ଧମକ ଦେବା ସହିତ ପିଣ୍ଟୁ ପ୍ରଧାନଙ୍କ ମୋବାଇଲ ଛଡାଇ ନେଇ ଯାଇଥିଲେ ଏବଂ ଏହା ମଧ୍ୟ କହିଥିଲେ ଯେ ଯାଅ ପୋଲିସକୁ କିମ୍ବା ଯାହାକୁ କହୁଛ କୁହ । ପର ମୁହୂର୍ତ୍ତରେ ମୋହନା ତହସିଲଦାର ଉକ୍ତ ଜନସେବା କେନ୍ଦ୍ର ମାଲିକ ଠାରୁ ମୋବାଇଲ ଆଣି ସାମ୍ବାଦିକଙ୍କୁ ଫେରାଇଥିଲେ । ତେବେ ତହସିଲଦାରଙ୍କ ସାମ୍ନାରେ ଉକ୍ତ ମାଲିକଙ୍କ ଗୁଣ୍ଡା ଗର୍ଦି କରିବା ଏବଂ ସାମ୍ବାଦିକ ମାନଙ୍କୁ ଆକ୍ରମଣ କରିବା ଘଟଣାକୁ ବୁଦ୍ଧି ଯିବି ମହଲରେ ନିନ୍ଦା କରିବା ସହ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।

ରିପୋର୍ଟ : ଆଦିତ୍ୟ ପଟ୍ଟନାୟକ