ମାସ୍କ କିଣା ଘୋଟଲାର ସିବିଆଇ ତଦନ୍ତ ଦାବି କରି କଂଗ୍ରେସର ଗଣ ବିକ୍ଷୋଭ…

ଛତ୍ରପୁର (ସମୃଦ୍ଧ ଓଡିଶା) ମାସ୍କ କିଣା କେଳେଙ୍କାରୀର ସିବିଆଇ ତଦନ୍ତ ଦାବି କରି ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । କୋଭିଡ ସାମଗ୍ରୀ କିଣାରେ ଦୁର୍ନିତୀ ଅଭିଯୋଗକୁ ନେଇ ରାଜ୍ୟରେ ରାଜନୀତି ସରଗରମ ହେବାରେ ଲାଗିଛି । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ । ମାସ୍କ କିଣାରେ ଦୁର୍ନିୀତି ନେଇ କଂଗ୍ରେସ ପକ୍ଷରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରାଯାଇଛି । କରୋନା ପାଇଁ ମାସ୍କ କିଣାରେ ଦୁର୍ନୀତି ଅଭିଯୋଗରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଶୋଭାଯାତ୍ରାରେ କଂଗ୍ରେସ ଜନସାଧାରଣମାନଙ୍କୁ ଦୁର୍ନୀତି ସମ୍ପର୍କରେ ଅବଗତ କରାଇଛନ୍ତି । ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା କଂଗ୍ରେସ ଆଜି ମାସ୍କ କିଣା ମହାଦୁର୍ନୀତି ଅଭିଯୋଗରେ ଛତ୍ରପୁର ଠାରେ ଏକ ଶୋଭାଯାତ୍ରାରେ ବାହାରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏହାର ସିବିଆଇ ତଦନ୍ତ ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁାଲଙ୍ଗେଙ୍କ ଜରିଆରେ ଓଡିଶାର ମାହମାହିମା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ କିଣା ଯାଇଥିବା ମାସ୍କରେ ଦୁର୍ନ୍ନିତି ହୋଇଥିବା କଂଗ୍ରେସ ଅଭିଯୋଗ କରିଛି । ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସାରା ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି । ଏଭଳି ବିପତ୍ତି ବେଳେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ କିଛି ପ୍ରଶାସନିକ ଅଧିକାରୀମାନେ ଏହି ଦୁର୍ନିତିରେ ସାମିଲ ହୋଇଛନ୍ତି  ।  ଏହି ଘଟଣାକୁ କଂଗ୍ରେସ ପକ୍ଷରୁ ତିବ୍ର ବିରୋଧ କରାଯାଇଛି । ଏଥିପାଇଁ ତୁରନ୍ତ ଯେଉଁମାନେ ଏଥିରେ ସଂପୃକ୍ତି ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନ୍ତୁଶନ ଗ୍ରହଣ କରାଯିବ ସହ ସିବିଆଇ ତଦନ୍ତ କରିବା ପାଇଁ ଦଳ ପକ୍ଷରୁ ଦାବୀ କରାଯାଇଛି । ଏହାସହ ଜିଲ୍ଲାରେ ବିଭିନ୍ନ ସଂଗରୋଧ କେନ୍ଦ୍ରରେ ରହୁଥିବା ମହିଳାମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯାଉ ନ ଥିବା ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ବିକ୍ଷୋଭ ପ୍ରଦର୍ଶନରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ବରିଷ୍ଠ କଂଗ୍ରେସ ନେତା ତଥା ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶମ୍ବୁନାଥ ପାଣିଗ୍ରାହୀ, କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବିଜୟ ସାହୁ, ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବନେତା ଭାଗିରଥୀ ବେହେରା, ପିସିସି ଉପସଭାପତି ପ୍ରଭାତ ଚନ୍ଦ୍ର ସାମନ୍ତରାୟ, ଗଞ୍ଜାମ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସ୍ୱରୂପା ତ୍ରିପାଠୀ, ଛାତ୍ର କଂଗ୍ରେସ ଜିଲ୍ଲା ସଭାପତି ବିଜୟରାଜ ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ ଟି.କ୍ରିାଷ୍ଣା ରେଡ୍ଡୀ, ଭାଗିରଥି ବେହେରା, ସୁଦାମ ପୁରୋହିତ, ଏନ୍‌.ଗୁରୁନାଥ ରେଡ୍ଡୀ, ଟୁନା ଶତପଥୀଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା