ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ, ୫ ଗୁରୁତର ଆହତ ହୋଇ ଚିକିତ୍ସାଳୟରେ ଭର୍ତ୍ତି …

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆକ୍ରମଣ ଘଟି ୫ଜଣ ଗୁରୁତର ଭାବେ ଆହତ ହୋଇ ସ୍ଥାନୀୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ନୂଆ କେରାଣ୍ଡି ଗ୍ରାମର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଜମି ବିବାଦକୁ କେନ୍ଦ୍ର କରି ଆଜି ସକାଳେ ମିଶାଗର ଛକ ନିକଟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁ ମୁହିଁ ହୋଇଥିଲେ । ଦୁଇ ଗୋଷ୍ଠୀ ଠେଙ୍ଗା ଓ କାତିରେ ଆକ୍ରମଣ ପ୍ରତି ଆକ୍ରମଣ ହେବାରୁ ଉଭୟଙ୍କ ମଧ୍ୟରୁ ୫ଜଣ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଆହତଙ୍କ ମଧ୍ୟରେ ଡ଼ି. ଧର୍ମା ରାଓ, ଡ଼ି. ବୈକୁଣ୍ଠ, ଟି. ସୀମାଦ୍ରି, ଟି. ମାଧବ, ଟି. ସୋମେଶ । ଘଟଣାର ଖବର ପାଇ ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଆହତଙ୍କୁ ଭେଟି ଘଟଣାକୁ ନେଇ ତଦନ୍ତ କରୁଥିବା ଜଣାପଡ଼ିଛି । 

ରିପୋର୍ଟ : କୃଷ୍ଣ କୁମାର ବେହେରା