ଆଇସିଟି ବିଦ୍ୟାଳୟ ସଙ୍ଘ ପକ୍ଷର କମ୍ପୁଟର ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ଦାବି …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ଆଇସିଟି ବିଦ୍ୟାଳୟ ସଙ୍ଘ ପକ୍ଷର କମ୍ପୁଟର ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ଦାବି ପୂରଣ ପାଇଁ ସରକାର ପ୍ରତିଶୃତି ଦେଇ ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରୁ ନ ଥିବାରୁ ଜିଲ୍ଲାରେ ବିଭିନ୍ନ ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ୧୪୦ କମ୍ପୁଟର ଶିକ୍ଷକଙ୍କ ଭଭିଷ୍ୟତ ଅନିଶ୍ଚିତତାରେ ରହିଛି । ଏ ନେଇ ଜିଲ୍ଲା ସଙ୍ଘ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ବୈଠକ ଆଜି ଢେଙ୍କାନାଳ ଜିଲ୍ଲା ଲେଖକ ସାହିତ୍ୟ ସଂସଦ ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆସନ୍ତା ୧୯ ତାରିଖରେ ରାଜ୍ୟସଙ୍ଘ ଦ୍ୱାରା ବିଧାନସଭା ସମ୍ମୁଖରେ ହେବାକୁ ଯାଉଥିବା ଅନିର୍ଦ୍ଧିଷ୍ଟ କାଳ ଧାରଣାରେ ସମସ୍ତ କମ୍ପୁଟର ଶିକ୍ଷକ ଯୋଗଦେବା ପାଈଁ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ରାଜ୍ୟ ସଙ୍ଘର ସଭାପତି ପ୍ରଶାନ୍ତ କମାର ସ୍ବାଇଁ ଉପସ୍ଥିତ ଥିଲେ । ଜିଲ୍ଲା ସଭାପତି ପଞ୍ଚାନନ ମହାପାତ୍ର ସଭାପତିତ୍ୱ କରିଥିଲେ । ଶ୍ରୀକାନ୍ତ ଆଚାର୍ଯ୍ୟ, ଜୟନ୍ତ କୁମାର, ବିଶ୍ଵଜିତ ପାଣି, ସୁଜିତ ସାହୁ , ସତ୍ୟଶୋଭନ ତ୍ରିପାଠୀ ଦିଲ୍ଲୀପ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି