ଦି ଡ୍ରିମର୍ସ କ୍ଲବ ପକ୍ଷରୁ ଅସହାୟମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନାର ୨ୟ ଲହର ଚାଲିଥିବା ବେଳେ ଲୋକଙ୍କ ଆର୍ଥୀକ ମାନଦଣ୍ଡ ଦୁର୍ବଳ ହେବାରେ ଲାଗିଛି । ସାଧାରଣ ଖଟିଖିଆ ଲୋକମାନେ ନାହିଁ ନଥିବା ଦୁର୍ଦଶାରେ ଦିନ କାଟୁଛନ୍ତି । ଦୋକାନ ବଜାର ବନ୍ଦ ରହୁଥିବାରୁ ମାଗି ଜାଚି ଚଳୁଥିବା ଲୋକଙ୍କ ଘରେ ଚୁଲି ଜଳୁନାହିଁ । ଛୋଟ ଛୋଟ ପିଲାମାନେ ଉପାସରେ ଦିନ କାଟୁଥିବା ବେଳେ ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକର ଥିବା ଦି ଡ୍ରିମସ୍‌ର୍ କ୍ଲବ ପକ୍ଷରୁ ସହାୟତାର ହାତ ବଢାଯାଇଛି । ସଭାପତି ଆନନ୍ଦ କର, ସଂପାଦକ ସୁବ୍ରତ କର, ନରହରି ବେହେରା, ସୁମିତ ରଣା, ପବନ ସାହୁ, ନିହାର ଖୁଣ୍ଟିଆ, ନିମାଇଁ କର, ରାଜେଶ ଜେନା, ଦିନେଶ ପାତ୍ର, ସତ୍ୟ ପ୍ରକାଶ ମହାନ୍ତି, ଗୋପାଳ କର୍ମକାର ପ୍ରମୁଖ ପ୍ରତ୍ୟେହ ବଡବଜାର ପୁରୁଣା ଟାଉନ୍‌ହଲ ନିକଟରେ ରହୁଥିବା ଗରିବ ପରିବାରକୁ ଶୁଖିଲା ଖାଦ୍ୟା ବଣ୍ଟନ କରି ଆସୁଛନ୍ତି । ଫଳରେ ଉପବାସରେ ରହୁଥିବା ଲୋକଙ୍କ ଆଖିରେ ହସ ଫେରିଥିବା ଜଣାଯାଇଛି । ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକୁ ସାଧୁବାଦ ଜଣାଇଛନ୍ତି ।