କାଶୀନଗର ବ୍ଲକରେ ୩୨ଟି ଗ୍ରାମର ଲୋକ ଅନ୍ଧାରରେ ହନ୍ତସନ୍ତ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) କାଶୀନଗରେ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଗୋରିବନ୍ଧା ଓ ଶିଆଳି ପଞ୍ଚାୟତରେ ୩୨ଟି ଗ୍ରାମ ଶୁକ୍ରବାର ଠାରୁ ଅନ୍ଧାରରେ ରହିଥିବା ଜଣାପଡିଛି । ବିଦୂତ ସଂଯୋଜ ବିଛିନ୍ନ ହୋଇଯାଇଥିବାରୁ ଏଭଳି ପରିସ୍ଥିତି ଉପଜି ଥିବା ଜଣାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ବୁଦୁରା ପଞ୍ଚାୟତ ବଥବା ଗ୍ରାମ ଲେବଲ କ୍ରସିଂ ନିକଟରେ ରେଲୱେ ବିଭାଗ ତରଫରୁ ୬୦ ଚେନ ବିଶିଷ୍ଟ ପ୍ରକଳିନ ଦ୍ୱାରା କୌଣସି କାର୍ଯ୍ୟ ପାଇଁ ଗାତ ଖୋଲା ଯାଉଥିଲା । ସେ ସମୟରେ ମାଟି ତଳବାଟେ ଯାଇଥିବା ବିଦ୍ୟୁତ ତାର କଟି ଯିବାରୁ ହାଟଥ ଉଲେଖିଥ ଦୁଇଟି ପଞ୍ଚାୟତରେ ୩୨ଟି ଗ୍ରାମକୁ ବିଛିନ୍ନ ହୋଇଯାଇଥିଲା ବିଦ୍ୟୁତ ସଂଯୋଗ । ଶୁକ୍ରବାର ରାତି ସାରା ଗାଁ ଗୁଡିକ ଅଁନ୍ଧାରରେ ବୁଡି ରହିଥିବା ବେଳେ କେବେ ଫୁଣି ବିଦୂତ ସଂଯୋଗ ହୋଇପାରିବ ସେ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି । ତେବେ କାଶୀନଗର ବିଦ୍ୟୁତ ବିଭାଗ ଯେଇଙ୍କ କହିବା ଅନୁଯାଇ ଫାୟାର ଷ୍ଟେସନ ନିକଟରୁ ଆରମ୍ଭ କରି ହରିପୁର ଘାଟି ପର୍ଯ୍ୟନ୍ତ ଆନୁମାନିକ ୮ଟି ପୋଲୋ ପଡିବା ପରେ ଯାଇ ପୁନଶ୍ଚ ପ୍ରଭାବିତ ଗାଁ ଗୁଡିକୁ ବିଦ୍ୟୁତ ଯୋଗେଇବା ସମ୍ଭବ ହେବ । ତେବେ ଖୁବ ଶୀଘ୍ର ହିଁ ଏ କାମ ସାରିବା ପାଇଁ ଉଦ୍ୟମ ଜାରି ରହିଛି । ଆଇଆଇସି ସୁଶାନ୍ତ ସାହୁଙ୍କ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାଇ ଶୁକ୍ରବାର ସୁଦ୍ଧା ସ୍ଥାନୀୟ ବିଦ୍ୟୁତ ବିଭାଗ ତରଫରୁ ରେଳବାଇ ବିଭାଗ ବିରୋଧରେ କୌଣସି ଏଫଆଇଆର ହୋଇନାହିଁ । ବିଭାଗୀୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଆସିଲେ ପରବର୍ତ୍ତୀ ପଦକ୍ଷେପ କଣ ହେଵ ଜଣାପଡିବ । ତେବେ ସ୍ଥାନୀୟ ବାସିନ୍ଧା କହିଛନ୍ତି ଯେ, ଉଭୟ ରେଲୱେ ବିଭାଗ ଓ ବିଦ୍ୟୁତ ବିଭାଗ ଦାୟିତ୍ୱହୀନ ଭାବେ କାର୍ଯ୍ୟ କରିଛନ୍ତି । ରେଲୱେ ତରଫରୁ ଜନମତ ନ ନେଇ କାମ ଚାଲିଥିବା ବେଳେ ବିଦ୍ୟୁତ ବିଭାଗ ଖୁଣ୍ଟି ଗୁଡିକରେ ବିଭିନ୍ନ ଅନାବନା ଲତା ମାଳି ସେଗୁଡିକ ଗୋଡ଼ାଇ ହୋଇ ରହୁଥିବା ବେଳେ ବିଭାଗର ଏଥିପ୍ରତି କୌଣସି ଦୃଷ୍ଟି ଦିଆଯାଉନାହିଁ ବୋଲି ଅଭିଯୋଗ ହୋଇଛି ।