ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ଗୋପାଳପୁର ଟାଟା କମ୍ପାନୀର ଶ୍ରମିକ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଛମାଖଣ୍ଡି ନିକଟସ୍ଥ ଗୋପାଳପୁର ଟାଟାଷ୍ଟିଲ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ ଲିଃ (755EZL)ର ଶ୍ରମିକ ଏବଂ ଟାଟାଷ୍ଟିଲ ଫେରକ୍ରୋମ ଶ୍ରମିକ ସଂଘର ମିଳିତ ଆନୁକୂଲ୍ୟରେ ରବିବାର ଅପରାହ୍ନରେ ଛମାଖଣ୍ଡି ସ୍ଥିତ ମଲ୍ଲିକେଶ୍ବର ମନ୍ଦିର ପ୍ରାଙ୍ଗଣରେ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ ଏନ.ଗଣେଶ ରେଡ୍ଡୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜମି ନେବା ପରଠାରୁ ଦୀର୍ଘ ଦିନ ହେଲାଣି ଟାଟା ଓ ଜମିହରାଙ୍କ ମଧ୍ୟରେ ବିଭିନ୍ନ ସମୟରେ ଅଶାନ୍ତ ଲାଗି ରହିଛି । ଅନେକ ସମୟରେ ଟାଟା କମ୍ପାନୀର ଗେଟ୍ ସାମ୍ନାରେ ଜମିହରା ଓ କାର୍ଯ୍ୟରତ ଶ୍ରମିକମାନେ ମାସ ମାସ ଧରି ଫାଟକରେ ଧାରଣା ଦେଇ ଆସିଛନ୍ତି । ଜେଲ ମଧ୍ୟ ଯାଇଛନ୍ତି ତଥାପି ଆଜି ଯାଏଁ କୌଣସି ସୁଫଳ ମିଳିନାହିଁ । ସେମାନଙ୍କ ଦାବି ଯେ ବର୍ତ୍ତମାନ ପେରକ୍ରୋମ କାରଖାନାରେ କାର୍ଯ୍ୟରତ ସମସ୍ତ ଶ୍ରମିକମାନଙ୍କୁ ୧୫ ଦିନ ବଦଳରେ ୩୦ ଦିନର ମଜୁରି ଦିଆଯାଉ । ନିର୍ମାଣରତ ଟିଜିବିଏଲ୍ କାରଖାନାରେ ପ୍ରଭାବିତ ତାଲିମପ୍ରାପ୍ତ ଯୁବକ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦିଆଯାଉ । ପ୍ଲାଣ୍ଟ ପରିସରରେ ଠିକା ଚାକିରି ରୂପେ କାମ କରୁଥିବା ସମସ୍ତ ଜମିହରା ଅଣ କୁଶଳୀ ଶ୍ରମିକମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦିଆଯାଉ ବୋଲି ଦାବି ହୋଇଛି । ପୁଣି ଆସନ୍ତା ୧୮ ତାରିଖରେ ଆଲୋଚନା ହେବା ସହ ସେହି ଦିନ ଶ୍ରମିକ ମାନେ ଟାଟା ବିରୋଧରେ ଏକ ମୋକଦ୍ଦମା ରୁଜୁ କରି ହାଇକୋର୍ଟ ଦ୍ବାରସ୍ଥ ହେବେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ଏହି ବୈଠକରେ ଟାଟା ଦ୍ବାରା କାର୍ଯ୍ୟରତ ଓ ପ୍ରଭାବିତ ବିଭିନ୍ନ ଗ୍ରାମରୁ ୪୦ରୁ ଉର୍ଦ୍ଧ ପ୍ରତିନିଧି ଯୋଗ ଦେଇଥିଲେ । ଏହି ବୈଠକରେ ସିଏଚ୍ ବିକ୍ରମ ରେଡି, ଏନ୍. ଗଣେଷ ରେଡି, ମୋହନ ରେଡି, ଆର. ରାମାରାଓ, ପି ଶିବଶଙ୍କର, ଲକ୍ଷ୍ମଣ ପାତ୍ର ସହ ବହୁ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା