ତୃତୀୟ ଲିଙ୍ଗିଙ୍କୁ ପରିଚୟ ପତ୍ର ପ୍ରଦାନ…

ରାୟଗଡ଼ା (ସମୃଦ୍ଧ ଓଡିଶା) ଜିଲ୍ଲା ସମାଜ ସୁରକ୍ଷା ବିଭାଗ ପକ୍ଷରୁ ଆଜି ତିନିଜଣ ତୃତୀୟଲିଙ୍ଗି ବ୍ୟକ୍ତିଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି । ସମଲିଙ୍ଗି ସୁରକ୍ଷା ଏବଂ ଅଧିକାର ଆଇନ ୨୦୧୯ ଅନୁଯାୟୀ ଜିଲ୍ଲାପାଳଙ୍କ ଅନୁମୋଦିତ ପରିଚୟ ପତ୍ର ଉକ୍ତି ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ଏହି ମାନପତ୍ର ପାଇବା ଦ୍ୱାରା ସମଲିଙ୍ଗି ବ୍ୟକ୍ତି ବିଶେଷ ସରକାରୀ କର୍ମ ନିୟୋଜନ କ୍ଷେତ୍ରରେ ସଂଗ୍ରକ୍ଷଣ, ଦାରିଦ୍ର ଦୂରିକରଣ ଯୋଜନାରେ ହିତାଧିକାରୀ ଓ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଯୋଜନାରେ ହିତାଧିକାରୀ ରୂପେ ସରକାରୀ ସୁବିଧା ପାଇପାରିବେ ବୋଲି ଜଣାପଡିଛି । ତେବେ ସମଗ୍ର ରାଜ୍ୟରେ ରାୟଗଡ଼ା ଜିଲ୍ଲାରେ ଏହା ପ୍ରଥମ କରି ସମଲିଙ୍ଗି ବ୍ୟକ୍ତିଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିବା ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଆଦିପତି କହଁର ସୂଚନା ଦେଇଛନ୍ତି ।