କେନ୍ଦ୍ର ସରକାରଙ୍କ କୃଷି ନିତୀକୁ ବିରୋଧ : ଜଳେଶ୍ୱର ଚାଷୀଙ୍କ ସ୍ୱାର୍ଥ ଲାଗି ଲଢୁଛି କଂଗ୍ରେସ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ନିକଟରେ କେନ୍ଦ୍ର ସରକାର ପାରିତ କରିଥିବା କୃଷି ବିଲକୁ କଂଗ୍ରେସ ବିରୋଧ କରିଥିଲା, ଏବେ କରୁଛି ଓ ଆଗାମି ଦିନରେ କରିବବୋଲି ବହୁ ସଦସ୍ୟ ମତପୋଷଣ କରିଛନ୍ତି । ଏହା ସହିତ ଜଳେଶ୍ୱର ଅଂଚଳର କୃଷକଙ୍କ ଲାଗି କଂଗ୍ରେସ ୬ଦଫାର ଏକ ଦାବିପତ୍ର ପ୍ରସ୍ତୁତ କରିଛି ଓ ଦଳମତ ନିର୍ବିଶଷେରେ ଏହାକୁ ରାଜ୍ୟ ଓ କେନ୍ଦ୍ର ସରକାର ଓ ରାଷ୍ଟ୍ରପତିଙ୍କ ପଠାଯିବ ବୋଲି କଂଗ୍ରେସ ନେତା ସୁଦର୍ଶନ ଦାସ ପ୍ରକାଶ କରିଛନ୍ତି । ଜଳେଶ୍ୱର ବ୍‌କର ବଡନଗରଠାରେ କଂଗ୍ରେସ ଏକ କୃଷକ ସମ୍ମଳନୀର ଆହ୍ୱାନ ଦେଇଥିଲା । କଂଗ୍ରେସ ପ୍ରବକ୍ତା ତଥା ଜଳେଶ୍ୱରର ନେତା ସୁଦର୍ଶନ ଦାସଙ୍କ ଅଧ୍ୟକ୍ଷତାରେ ଏଥିରେ ସୁଧିର କୁମାର ପାତ୍ର, ସମୀର କୁମାର ପାତ୍ର, ରବିନ୍ଦ୍ର ବେହେରା, ବିଦ୍ୟାଧର ଦାସ, ସୁଧିର ମହାନ୍ତି, ପଦ୍ମଲୋଚନ ବେହେରା ଓ ହେମନ୍ତ ଗିରି ପ୍ରମୁଖ ବିଭିନ୍ନ ରାଜନୈତିକ ଦଳର କର୍ମୀମାନେ ଏଥିରେ ମତପୋଡଣ କରିଥିଲେ । ଏବେ ଜଳେଶ୍ୱରରେ ଚାଷ ହୋଇଥିବା ନକଲି ବିହନର କ୍ଷତି ପୁରଣ, ବୁଲ ବୁଲ ଓ ଅମ୍ପନା ବେଳେ ହୋଇଥିବା ଚାଷୀଙ୍କ କ୍ଷତି ଭରଣା, ଉତ୍‌ତର ବାଲେଶ୍ୱରର ବର୍ଷା ଓ ବନ୍ୟାପାଣି ନିଷ୍କାସନ, କୃଷି ପ୍ରକ୍ରିୟାକରଣର ଶିଳ୍ପ ପ୍ରତିଷ୍ଠା ଓ ଶୀତଳ ଭଣ୍ଡାର ନିର୍ମାଣ କରିବା ସହିତ ସୁବର୍ଣ୍ଣରେଖା ସଂସ୍କାର ଯୋଜକାନାକୁ କାର୍ଯ୍ୟକାରୀ କରିବାକୁ ସୁଦର୍ଶନ ଦାସଙ୍କ ଦାବିକୁ ସମସ୍ତ ନେତୃମଣ୍ଡଳୀ ସମର୍ଥନ କରିବା ସହିତ ରାଜ୍ୟ, କେନ୍ଦ୍ର ସରକାର ଓ ରାଷ୍ଟ୍ରପତିଙ୍କୁ ଜଣାଇବେ ବୋଲି ଦାବି କରିଥିଲେ ।