ତୁଟିଲା ଖଣି ପରିବହନ ଭଡା ବିବାଦ : କାର୍ଯ୍ୟକାରି ପାଇଁ ଅଣ୍ଟା ଭିଡିଲେ ବଣାଇଁ ଟ୍ରକ୍ ଏବଂ ଟିପର ସଂଘ

କୋଇଡା(ସମୃଦ୍ଧଓଡିଶା)କୋଇଡା ଖଣି ଅଞ୍ଚଳରେ ଅଧିକାଂଶ ଲୋକେ ନିଜ ଏବଂ ନିଜ ପରିବାର ପେଟପାଟଣା ପାଇଁ ଟ୍ରକ୍ ଟିପର୍ ଏବଂ ଖଣି କଞ୍ଚାମାଲ୍ ପରିବହନ କୁ ପ୍ରାଧାନ୍ୟ ଦେଇ ନିଜର ଜିବୀକା ଭାବେ ଗ୍ରହଣ କରିଥାନ୍ତି । ଏ ନେଇ ଋଣ ଆକାରରେ ଗାଡି କିଣି ପରିବହନ ସଂସ୍ଥା ଜରିଆରେ ଗାଡି ଚଳାଇ କିସ୍ତି ପୈଠ କରିବା ସହ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ ବିଗତ କିଛି ବର୍ଷ ଧରି ପରିବହନ ସଂସ୍ଥା ମାନେ ଧାର୍ଯ୍ୟ ପରିବହନ ଭଡା ନ ଦେଇ ପାତରଅନ୍ତର କରିବା ସହ ଗୋଟିଏ ସ୍ଥାନକୁ ବିଭିନ୍ନ ଭଡା ପ୍ରଦାନ କରି ବାହାର ଗାଡି କୁ ବେଶୀ ପ୍ରଶ୍ରୟ ଦେଲେ ଏବଂ ସ୍ଥାନୀୟ ଗାଡି କୁ ଲୋଡ୍ ନ ଦେବା ସହ ଚାଲିଥିବା ଗାଡିକୁ ଭଡା ଟଙ୍କା ମଧ୍ଯ ଚାରି ଚାରି ମାସ ନ ଦେଇ ଝୁଲେଇ ରଖିଲେ । ଫଳସ୍ଵରୂପ ଗାଡି କିସ୍ତି ସୁଝି ନ ପାରି ଗାଡି ସବୁ ଟଣା ହୋଇ ଲୋକେ ଦେବାଳିଆ ସ୍ଥିତି କୁ ପହଞ୍ଚିଲେ । ଏ ନେଇ ବହୁ ବାର ଟିପର୍ ଟ୍ରକ୍ ସଂଘ ପକ୍ଷରୁ ଖଣି ଅଧିକାରୀ ସମେତ ସରକାରୀ କଳଙ୍କୁ ପରିବହନ ଭଡା ଓ ଲୋଡ୍ ସମସ୍ୟା ସମାଧାନ ପାଇଁ ଲିଖିତ ଅଭିଯୋଗ କଲେ । ସ୍ଥିତି କୁ ଦେଖି ଗତ ୨୬ ଡିସେମ୍ବର ରିଖ ଦିନ ବଣାଇଁ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ ଙ୍କ ଅଧ୍ୟକ୍ଷତାରେ ବଣାଇଁ ଉପଖଣ୍ଡ ପୋଲିସ୍ ଅଧିକାରୀ ସ୍ୱରାଜ ଦେବତା,ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ପୁର୍ବତନ ବିଧାୟକ ଭୀମସେନ ଚୌଧୁରୀ, କୋଇଡା ଏବଂ ଲହୁଣୀପଡ଼ା ଥାନା ଅଧିକାରୀ, ଖଣି ଅଧିକାରୀ, ବିଭିନ୍ନ ଟ୍ରକ୍ ଟିପର ସଂଘ ସଭାପତି, ସମ୍ପାଦକ, ସଦସ୍ୟ, ପରିବହନ ସଂସ୍ଥା ଆଦିଙ୍ ନେଇ ବଣାଇଁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସଭା ଗୃହ ରେ ବ୍ୟଠକ ଅନୁଷ୍ଠିତ ହୋଇ କୋଇଡା ଏବଂ ଟେନସା ଖଣି ମାନଙ୍କରୁ ରାଜାମୁଣ୍ଡା, ରାଉରକେଲା, ଝାରସୁଗୁଡ଼ା ଆଦି ପାଇଁ ଏକ ସର୍ବସାଧାରଣ ଭଡା ଧାର୍ଯ୍ୟ କରାଗଲା ଏବଂ କାର୍ଯ୍ୟକାରୀ ପାଇଁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଲେ । ଏ ନେଇ ଆଜି ପଞ୍ଜିକୃତ ସଂଘ ବଣାଇଁ ଟ୍ରକ୍ ଏବଂ ଟିପର୍ ଆସୋସିଏସନ ର ଏକ ସମସ୍ତ ସଦସ୍ୟ ଙ୍କୁ ନେଇ ଏକ ବ୍ୟଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସଂଘ ସଭାପତି ତଥା ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସମ୍ପାଦକ ପ୍ରଭାତ ପଣ୍ଡା, ଉପସଭାପତି ପ୍ରମୋଦ ସାମଲ, କାର୍ଯ୍ୟକାରି ସଭାପତି ଅଶୋକ ସାମଲ, ସୁଦର୍ଶନ ପାତ୍ର, ଜନ୍ ଡୁଙ୍ଗଡୁଙ୍ଗ , ବାବୁଲି ମୁଣ୍ଡା, ଆନନ୍ଦ ମାସି ହର, ନେଲସନ ମୁଣ୍ଡା, ପ୍ରମୁଖଙ୍କ ସହ ସମସ୍ତ ସଦସ୍ୟ ଯୋଗଦେଇ ପ୍ରଶାସନ ଙ୍କୁ ଧନ୍ୟବାଦ ଅର୍ପଣ କକିବା ସହ କେମିତି ସମସ୍ତଙ୍କୁ ପ୍ରଚୁର ଭାବେ ଖଣିରୁ ଲୋଡ୍ ସହ ସମାନ ଭଡା ମିଳିବ ସେ ନେଇ ଆଲୋଚନା କରିବା ସହ ମନମୁଖି କରୁଥିବା ପରିବହନ ସଂସ୍ଥା ମାନଙ୍କ ଉପରେ ଅଂକୁଶ ଲଗାଇବେ ଓ ପରିବହନ ଭଡା ଠିକ୍ ସମୟରେ ପାଇ ପାରିବେ ସେ ନେଇ ପଦାଧିକାରୀ ମାନେ ବିସ୍ତୃତ ଭାବେ ଆଲୋଚନା କରିବା ସହ ସଠିକ୍ ଭାବେ କାର୍ଯ୍ୟ ସମ୍ପାଦନ ପାଇଁ ଅଣ୍ଟା ଭିଡିଥିଲେ ।

ରିପୋର୍ଟ : ରଜତ ମହାପାତ୍ର