ଅସୁରବନ୍ଧ ପଞ୍ଚାୟତ ପରିସରରୁ ଶାଗୁଆନ ଗଛ ଚୋରି : ରେଞ୍ଜରଙ୍କୁ ଖାତିର କରୁ ନାହାନ୍ତି ଫରେଷ୍ଟର

ସୋରଡ଼ା(ସମୃଦ୍ଧଓଡିଶା)ଗଞ୍ଜାମ ଜିଲ୍ଲାର ସୋରଡ଼ା ଅଞ୍ଚଳ ସବୁଜିମାରେ ଭରା ଏକ ଅଞ୍ଚଳ ରୂପେ ବେଶ୍ ଆଦୃତ ହୋଇ ଆସୁଥିବା ବେଳେ ବର୍ତମାନ ବାୟୁମଣ୍ଡଳ କୁ ଖରାପ କରିବାରେ ଲାଗିଛନ୍ତି କିଛି କାଠ ମାଫିଆ । ସୋରଡ଼ା ରେ ଦିନକୁ ଦିନ ଗଛ କଟା ଏବଂ କାଠ ଚୋରି ବଢ଼ିବାରେ ଲାଗିଛି। ଜଙ୍ଗଲ , ନଦୀ ପଠା,ତଳିଆ ଅଞ୍ଚଳର ପାର୍ଶ୍ଵ ଏବଂ କାହା ର ଜମି ରୁ ମଧ୍ୟ ରାତା ରାତି ଗଛ ଉଭାନ ହୋଇଯାଉଥିବା ଦେଖିବାକୁ ମିଳୁଛି । ଦୁଇ ଦିନ ତଳେ ସୋରଡ଼ା ବ୍ଲକ ଅସୁରବନ୍ଧ ପଞ୍ଚାୟତ ପରିସର ରୁ ଶାଗୁଆନ ଗଛ କୁ ଅତି ଭଦ୍ର ଭାବରେ ଅପରାହ୍ନ ୪ ଟାରୁ ସନ୍ଧ୍ୟା ୬ ଟା ମଧ୍ୟରେ କଟା ଯାଇଛି ।ମେସିନ ଦ୍ବାରା ବଡ ବଡ ଗଣ୍ଡି କୁ ଟ୍ରାକ୍ଟର ରେ ଲୋଡ କରାଯାଇ ପଠା ଯାଇଛି। ମାଛ ର ମଝି ଗଡି ଗଲା ପରେ ଅବଶିଷ୍ଟ କିଛି ଲାଞ୍ଜ ଓ ମୁଣ୍ଡ ସଦୃଶ ଗଣ୍ଡୀ କୁ ରଖାଯାଇଛି ଯାହାକି ଅସୁରବନ୍ଧ ଫରେଷ୍ଟ ଷ୍ଟାଫ୍ ଦ୍ବାରା ଧରାଯାଇଛି । କେବଳ ବଳକା କାଠ ହିଁ ଧରିଛନ୍ତି ଗାଡ଼ି,ମେସିନ,କାଠ କାଟୁଥିବା ବ୍ୟକ୍ତି ଙ୍କ ସନ୍ଧାନ ପାଇ ପାରି ନାହାନ୍ତି । କହିବାକୁ ଗଲେ ପୁରା ସିନେମା ଷ୍ଟାଇଲ ରେ କାଠ ଚୋରି ଯାଇଛି ।ପଞ୍ଚାୟତ କର୍ମଚାରି ମଧ୍ୟ ଏ ବିଷୟରେ ଅବଗତ ନାହାଁନ୍ତି । ସ୍ଥାନୀୟ ଲୋକଙ୍କୁ ଫରେଷ୍ଟର କହିଛନ୍ତି ଯେ କାଠ ସବୁ ରେଞ୍ଜର ଙ୍କ ଅଫିସ ପଠା ଗଲାଣି କିନ୍ତୁ ରେଞ୍ଜର କହୁଛନ୍ତି ତାଙ୍କ ପାଖକୁ କୌଣସି ଅଭିଯୋଗ ଆସିନି । ହେଲେ ସତ କିଏ କହୁଛି ! ଫରେଷ୍ଟର ଆଶ୍ଵାସନା ଦେବା ପାଇଁ କହୁଛନ୍ତି ଦୁଇ ଦିନ ପରେ ଅଭିଯୋଗ କରାଯିବ । ହେଲେ ଏହା ରେଞ୍ଜର ଙ୍କ ପ୍ରତି ବେଖାତିର ନୁହେଁ ତ ଆଉ କଣ ! ଘଟଣା ପଛରେ ସ୍ଥାନୀୟ ଅଞ୍ଚଳ ର କେତେକ ମୁଷ୍ଟିମେୟ ଲୋକ ଙ୍କ ହାତ ଥିବା ନେଇ ସେହି ଅଞ୍ଚଳ ର କିଛି ଲୋକ କ୍ଷୋଭ ପ୍ରକାଶ କରିଛନ୍ତି । ଯଦି ଏମିତି ଚାଲେ ତାହେଲେ ଜଙ୍ଗଲ ସବୁ ନିଲୁ ପାଲୁ ହୋଇଯିବା ଥୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେଣୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସିସି ଟିଭି ଫୁଟେଜ ଦ୍ବାରା ଟ୍ରାକ୍ଟର ର ସନ୍ଧାନ କରାଯାଇ ଦୋଷୀ କୁ ଉପଯୁକ୍ତ ଶାସ୍ତି ଦେବା ପାଇଁ ଅସୁରବନ୍ଧ ର ଶିବ ପାତ୍ର,ମଦନ ଦଳବେହେରା,ଶରତ ପୃଷ୍ଟି ,ଗଣେଶ ସାହୁ, ଡମ୍ବ ବେହେରା,ବାୟା ସେଠି ଏବଂ ବଂଶି ବେହେରା ଆଦି ମତ ରଖିଛନ୍ତି ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ