ବ୍ରହ୍ମପୁରରେ ଅଙ୍ଗଦାନ ସଚେତନତା ପଦଯାତ୍ରା କଲେ ମାରୱାଡ଼ି ମହିଳା ସମିତିର ମହିଳା ସଭ୍ୟାମାନେ…

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଭାରତୀୟ ନ୍ୟାୟ ବ୍ୟବସ୍ଥା ଦୄଷ୍ଠିରେ ଅଙ୍ଗଦାନ ଏକ ଆଇନ୍ ସମ୍ମତ କାର୍ଯ୍ୟ ଅଟେ । ୧୯୯୪ ମସିହାରେ ଭାରତ ସରକାର ମାନବ ଅଙ୍ଗ ପ୍ରତ୍ୟାରୋପଣ ଆଇନ୍ (THOA) ପ୍ରଣୟନ କରି ସାରିଛନ୍ତି । ଏହି ଆଇନ୍ ଅଙ୍ଗଦାନକୁ ଅନୁମତି ପ୍ରଦାନ କରେ । ଏହାର ପ୍ରକୃତ ଲକ୍ଷ ଏହା ଯେ ମୃତ୍ୟୁ ପରେ ବି ଜଣକୁ ବଞ୍ଚି ରହିବା ପାଇଁ ସହାୟତା ପ୍ରଦାନ କରିବା । ଶରୀରକୁ ଦାନ କରିବାକୁ ଇଚ୍ଛୁକ ଥିବା ଯେ କୌଣସି ବ୍ୟକ୍ତି ଏଥି ନିମନ୍ତେ ପ୍ରାରମ୍ବିକ ପ୍ରସ୍ତୁତି କରିପାରେ । ଅଙ୍ଗଦାନ ଅର୍ଥ, ଦାନକର୍ତ୍ତାର ହୄଦୟ, ଯକୃତ, ବୃକକ୍ , ଅନ୍ତ, ଫୁସ୍ ଫୁସ୍ ଓ ଅଗ୍ନାଶୟର ଦାନ ଅଟେ । ଏଥିରେ ବୟସ ସୀମା ନାହିଁ । ଆଜି ୩୧ ଅଗଷ୍ଟ ବ୍ରହ୍ମପୁରର ମାରୱାଡ଼ି ମହିଳା ସମିତିର ସଭ୍ୟାମାନେ ସେମାନଙ୍କ ସଭାନେତ୍ରୀ ଶ୍ରୀମତୀ ମମତା ଚୌଧୁରୀ ଓ ସମ୍ପାଦିକା ଶ୍ରୀମତୀ ରୁବୀ ଖମାନିଙ୍କ ସହ ଇନେର ୱ୍ହିଲ୍ କ୍ଲବ୍ , ବ୍ରହ୍ମପୁରର ଏକ ମିଳିତ ଜନସଚେତନ ପଦଯାତ୍ରା ଖଲ୍ଲିକୋଟ ମହାବିଦ୍ୟାଳୟ ମଇଦାନ୍ ଠାରୁ ଗିରିଜା ଛକ ଯାଏଁ ଆୟୋଜନ କରିଥିଲେ । ଇଣ୍ତିଆ ବୁକ୍ ଅଫ୍ ରେକର୍ଡ ରେ ଏହି କାର୍ଯ୍ୟ କ୍ରମଟି ଲିପିବଦ୍ଧ ହୋଇ ରହିଲା । ସେମାନେ “ଅଙ୍ଗଦାନ ମହାଦାନ”, “ସ୍ବର୍ଗ ମେ ଚାହିୟେ ସ୍ଥାନ୍ , କିଜିୟେ ଅଙ୍ଗଦାନ୍ ” ଇତ୍ୟାଦି ସ୍ଲୋଗାନ୍ ଦେଇ ସହରର କେନ୍ଦ୍ରସ୍ଥଳରେ ୨ କି.ମି ଅଞ୍ଚଳ ପରିକ୍ରମା କରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଥିଲେ । ତନ୍ମଧ୍ଯରୁ ଇନର୍ ୱ୍ହିଲ୍ କ୍ଲବ୍ , ବ୍ରହ୍ମପୁରର ସଭାନେତ୍ରୀ ଶ୍ରୀମତୀ ସୋନାଲୀ ହାଜ୍ରା, ସମ୍ପାଦିକା ଶ୍ରୀମତୀ ଅମିତା ଦାସ୍ , ପି.ଆର୍ .ଓ ଶ୍ରୀମତୀ ରତ୍ନମଣୀ କଟନ୍, ସମ୍ମାନିତ ଅତିଥି ଶ୍ରୀମତୀ ସସ୍ମିତାଙ୍କ ସମେତ ସମ୍ମାନିୟ ବିଧାୟକ ଶ୍ରୀ ବିକ୍ରମ ପଣ୍ତା, ମହିଳା ବି.ଜେ.ଡି ରାଜ୍ଯ ଉପ-ସଭାନେତ୍ରୀ ଶ୍ରୀମତୁ ମମତା ବିଷୋୟି, ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ସଂଘମିତ୍ରା ଦଳେଇ, ଜିଲ୍ଲା ସମ୍ପାଦିକା ଶ୍ରୀମତୀ ରତ୍ନମଣୀ କଟନ୍ ଏମ୍ .କେ.ସି.ଜି ଚକ୍ଷୁ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ଯାପକ ଡଃ. ବି. ନାଗେଶ୍ବର ରାଓ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ । ଏତଦ୍ ବ୍ଯତିତ, ଇନର୍ ୱ୍ହିଲ୍ କ୍ଲବ୍ ‐ ବ୍ରହ୍ମପୁର, ସବୁଜ ବାହିନୀ ଏବଂ ଆଞ୍ଚଳିକ ବିକାଶ ପରିଷଦର ପ୍ରକଳ୍ପ ଅଧ୍ଯକ୍ଷ ସିମା ଚୌଧୁରୀ ମଧ୍ଯ ପଦ ଯାତ୍ରାରେ ଅଂଶଗ୍ରହଣ କରିଥିଲେ । ଆଜି ଓଡ଼ିଶାର ବ୍ରହ୍ମପୁର ସମେତ ସାରା ଭାରତରେ “ଅଙ୍ଗଦାନ” ସଚେତନତା କାର୍ଯ୍ୟ କ୍ରମ ଆୟୋଜନ କରାଯାଇ ମହାସମାରୋହରେ ପାଳନ କରାଗଲା ବୋଲି ଜଣାଇଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା