ଡା. ବଂଶୀଧର ସ୍ୱାଇଁଙ୍କ ପରଲୋକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘବର୍ଷ ଜଣେ ଡାକ୍ତରଭାବେ ଡା. ବଂଶୀଧର ସ୍ୱାଇଁ ପରିଚିତ ଥିବା ବେଳେ ଆଜି ସକାଳ ୧୦.୩୦ମି.ରେ ଏମ୍‌ସ୍ ହସ୍ପିଟାଲରେ ୭୨ବର୍ଷ ବୟସରେ କରୋନାରେ ଆଖି ବୁଜିଛନ୍ତି । ସେ ଗତ ୫ଦିନ ଧରି କରୋନାରେ ଆକ୍ରାନ୍ତ ଥିବାର ଜଣାଯାଇଥିଲା । ସେ ଅବସରପରେ କମର୍ଦ୍ଦାଠାରେ ରହୁଥିଲେ ମଧ୍ୟ ଶେଷ ପର୍ଯ୍ୟନ୍ତ ଜଣେ ଡାକ୍ତରଭାବେ ସେବା ଯୋଗାଇ ଆସୁଥିଲେ । ତାଙ୍କ ମୃତ୍ୟୁ ଖବର ଜଣାଯିବାପରେ ସମଗ୍ର ଉତ୍ତର ବାଲେଶ୍ୱରରେ ଶୋକର ଛାୟା ଖେଳିଯାଇଛି ।