+୨ କଳା ବିଭାଗର ପରୀକ୍ଷା ଫଳ ପ୍ରକାଶ : ୭ କଲେଜର ୧୦୧୦ ପରୀକ୍ଷାର୍ଥୀରୁ ପାସ୍‌ କଲେ ୬୬୨…

ଜଳେଶ୍ୱର (ସମୃଦ୍ଧ ଓଡିଶା) ନିକଟରେ ରାଜ୍ୟର +୨ କଳା ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଜଳେଶ୍ୱର ବ୍ଲକରେ ଥିବା ୭ଟି ଉଚ୍ଚ ମାଧ୍ୟମିକ ଅଧିନରେ ମୋଟ୧୦୧୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୬୬୨ଜଣ ଉତ୍ତିର୍ଣ୍ଣ ହୋଇଥିବା ଜଣାଯାଇଛି । ଜଳେଶ୍ୱର ମହିଳା ମହାବିଦ୍ୟାଳରେ ୨୨୦ଜଣ ଛାତ୍ରୀ ପରୀକ୍ଷା ଦେଇ ୨୦୧କୃତକାର୍ଯ୍ୟ ହୋଇଥିବା ବେଳେ ଏଥିରୁ ୫୪ଜଣ ପ୍ରଥମଶ୍ରେଣୀ ପାଇଛନ୍ତି । ଏହି କଲେଜର ସାବିତ୍ରୀ ଗିରି ୫୧୭ନମ୍ବର ରଖି ବାଲେଶ୍ୱର ଜିଲାରେ ସର୍ବାଧିକ ନମ୍ବର ରଖିପାରିଥିବାର ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ କୁମାର ଦେ କରିଛନ୍ତି । ଶ୍ରୀ ଜଗନ୍ନାଥ ମହିଳା ମହାବିଦ୍ୟାଳୟରେ ୧୩୯ଜଣ ପରୀକ୍ଷା ଦେଇ ୧୧୧ ଜଣ ସଫଳ ହୋଇଥିବା ବେଳେ ୧୮ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି । ମାମନୀ କର ସର୍ବାଧିକ ନମ୍ବର ରଖିଥିବାର ଅଧ୍ୟକ୍ଷା ରାଜେଶ୍ୱରୀ ପାଣିଗ୍ରାହୀ କହିଛନ୍ତି । ଦୀନକୃଷ୍ଣ ମହାବିଦ୍ୟାଳୟରେ ୧୮୫ଜଣ ଛରତ୍ରଛାତ୍ରୀ ପରୀକ୍ଷା ଦେଇ ୧୦୬ଜଣ ସଫଳ ହୋଇଛନ୍ତି । ୧୦ଜଣ ପ୍ରଥମ ଶ୍ରେଣୀ ପାଇଥିବା ବେଳେ ଅର୍ଛିତା ସାମଲ ୪୫୫ ନମ୍ବର ରଖି ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛନ୍ତି ବୋଲି ଅଧ୍ୟକ୍ଷ ଡ. ରମେଶ ରାଉତ କହିଛନ୍ତି । ରାଇବଣିଆସ୍ଥିତ ସାଧୁଚରଣ କଲେଜରେ ୧୪୫ଜଣ ପରୀକ୍ଷାର୍ଥୀ ମଧ୍ୟରୁ ୧୦୫ଜଣ କୃତକାର୍ଯ୍ୟ ଓ ୧୫ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ଜଣାଯାଇଛି । ଶୁଭଲକ୍ଷ୍ମୀ ଆଚାର୍ଯ୍ୟ ୪୬୭ ନମ୍ବର ରଖି ପ୍ରଥମ ହୋଇଛନ୍ତି ବୋଲି ଅଧ୍ୟକ୍ଷ ସୁଧିର କୁମାର କର କହିଛନ୍ତି । ଓଲମରାସ୍ଥିତ ଉପାନ୍ତ ମହାବିଦ୍ୟାଳୟରେ ୫୫ ଛାତ୍ରଛରତ୍ରୀ ପରୀକ୍ଷା ଦେଇ ୫୩ଜଣ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଣୟ କୁମାର ଦାସ ୪୭୭ ନମ୍ବର ରଖି ପ୍ରଥମ ହୋଇଥିବାର ଅଧ୍ୟକ୍ଷ ଅମରେନ୍ଦ୍ର ଦତ୍ତ କହିଛନ୍ତି । ଖୁଲୁଡାସ୍ଥିତ ମା ଶୀତଳା ଠାକୁରାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୩୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ୫୪ଜଣ କୃତକାର୍ଯ୍ୟ ହୋଇଛନ୍ତି । କ୍ରୀଷ୍ଣାରାଣୀ ଜେନା ୪୨୮ ନମ୍ବର ରଖି ପ୍ରଥମ ସ୍ଥାନ ବଜାଇ ରଖିଥିବାର ଅଧ୍ୟକ୍ଷ ଅଞ୍ଜନ କୁମାର ପାଳ କହିଛନ୍ତି । ବର୍ତ୍ତନାସ୍ଥିତ ଉତ୍ସବଚନ୍ଦ୍ର ଗାଜିଆଣୀ ଚଣ୍ଡି ଉଚ୍ଚ ମାଧମିକ ବିଦ୍ୟାଳୟରେ ୧୩୦ଜଣ ପରୀକ୍ଷାର୍ଥୀ ଥିବା ବେଳେ ୩୭ଜଣ କୃତକାର୍ଯ୍ୟ ହୋଇଛନ୍ତି । ବିଥିକା କାମିଳା ୪୦୨ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବାର ଅଧ୍ୟକ୍ଷ କାଳିକଂକର ମହାନ୍ତି ପ୍ରକାଶ କରିଛନ୍ତି ।