ସମାଜସେବୀ ମାନସ କୁମାର ପାଠୀଙ୍କ ବିୟୋଗରେ ଯୁବଶକ୍ତିର ସ୍ମୃତି ମନ୍ଥନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଅଂଚଳର ଯୁବ ସମାଜସେବୀ ତଥା ଯୁବଶକ୍ତି ସଂଗଠନର ସଂପାଦକ ମାନସ କୁମାର ପାଠୀଙ୍କ ବିୟୋଗରେ ସଂଗଠନ ପକ୍ଷରୁ ସ୍ମୃତିମନ୍ଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଯୁବଶକ୍ତି ସଂଗଠନର ସଂପାଦକ ଭାବେ କରୋନା ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ତାଙ୍କ ଅବର୍ତ୍ତମାନରେ ସଂଗଠନ ପକ୍ଷରୁ ଶୋକ ବ୍ୟକ୍ତ କରାଯାଇଥିଲା । ଆଜି ସତ୍ୟନାରାୟଣ ମନ୍ଦିର ହଲରେ ସ୍ମୃତିମନ୍ଥନ କାର୍ଯ୍ୟକ୍ରମରେ ସଂଘର ସଭାପତି ଇଂ ମନ୍ଦିନ୍ଦ୍ର ସୁନ୍ଦର ଦାସଙ୍କ ସଭାପତିତ୍ୱରେ ଉପସଭାପେତି ଦିପେନ୍ଦୁ କର, ସହସଂପାଦକ ଇଂ ସତ୍ୟରଂଜନ ପରିଡା, ଯୁଗମ ସଂପାଦକ ସତ୍ୟଜିତ୍ ଧଳ, ଅନୁପମ ଜେନା, ସତ୍ୟପାଳ, ହେମନ୍ତ ଜେନା, ପ୍ରଣବ ପଣ୍ଡା, ଶୁଭେନ୍ଦୁ ଦାସ ମହାପାତ୍ର, ସାଗରବିନ୍ଦୁ ଦେ, ସୁଦିପ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପୁର୍ଣ୍ଣେନ୍ଦୁ ପାଣିଗ୍ରାହୀଙ୍କ ଦ୍ୱାରା ଗୀତାପାଠ, ଅଧ୍ୟାତ୍ମକ ଭଜନ, ଷ୍ଟେସନବଜାରସ୍ଥିତ କାଳୀମନ୍ଦିର ସମ୍ମୁଖରେ ଅସୌାୟ ବ୍ୟକ୍ତିଙ୍କୁ ରନ୍ଧା ଖାଦ୍ୟ ପରିବେଶଣ କରାଯାଇଥିଲା । ଶେଷରେ ତାଙ୍କ ଆତ୍ମାର ସଦ୍‌ଗତି କାମନା କରି ସଦସ୍ୟମାନେ ନିରବ ପ୍ରାର୍ଥନା କରିଥିଲେ । ଗାନ୍ଧିସେବାଶ୍ରମ, ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟ ଓ ହସ୍‌ପିଟାଲରେ ଫଳ, କେକ୍ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା ।