ଡ଼ଃ.ଦୁର୍ଯ୍ୟୋଧନ ସେଠୀଙ୍କ ପରଲୋକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ଖଣ୍ଡଦେଉଳି ସ୍ଥିତ ସହୀଦ ଭଗତସିଂ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ.ଦୁର୍ଯ୍ୟୋଧନ ସେଠୀ(୫୮)ଙ୍କ ଗତକାଲି ରାତ୍ରି ୮ ଘଣ୍ଟା ସମୟରେ ତାଙ୍କ ଛତ୍ରପୁର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡିତ ରହିଥିଲେ । ସେ ଜଣେ ମିଷ୍ଟଭାଷୀ ଓ ସାଧୂପରାୟଣାତା ଓ ମେଳାପୀ, ସରଳ ବ୍ୟକ୍ତି ଥିଲେ ବୋଲି ବିଭିନ୍ନ ମହଲରେ ଗଣନା କରାଯାଇଛି । ତେଣୁ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି । ଆଜି ବିଭିନ୍ନ ସାହିତ୍ୟ ସଂଗଠନ, ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ତାଙ୍କ କଲେଜ ପକ୍ଷରୁ ସ୍ୱର୍ଗତ ଆତ୍ମାଙ୍କ ସଦଗତି କାମନା କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା