ଜି.କେ ଭଟ୍ଟର ହସ୍ପିଟାଲ ସମ୍ମୁଖରେ ନାହିଁ ଫଳକ : ଦୁର୍ଘଟଣା ଏଡାଇବା ପାଇଁ ଥିବା ବେରିକେଟ୍ ଗଲା କୁଆଡେ?…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର-ଚନ୍ଦନେଶ୍ୱର ରାଜ୍ୟ ରାଜପଥ ପାଶ୍ୱର୍ରେ ଥିବା ଉତ୍ତାର ବାଲେଶ୍ୱରର ଏକମାତ୍ର ରେଫେରାଲ ହସ୍‌ପିଟାଲ ଦିନକୁ ଦିନ ଶୋଚନୀୟ ହୋଇ ପଡୁଥିବା ବେଳେ ଏଠାରେ ଡାକ୍ତରଙ୍କ ଅଭାବ ରୋଗୀମାନଙ୍କ ଦୁଃଖର କାରଣ ହୋଇଛି । ଦୂର ଦୂରାନ୍ତରୁ ଆସୁଥିବା ରୋଗୀ କିମ୍ବା ସମ୍ପର୍କୀୟମାନେ ହସ୍‌ପିଟାଲର ଅବସ୍ଥିତି ସଂପର୍କରେ ଜାଣିବା ଅସମ୍ଭବ ହୋଇ ପଡିଛି, କାରଣ ରାସ୍ତା ପାଶ୍ୱର୍ରେ କୌଣସି ଫଳକ ନାହିଁ । ଏଠାରେ ଟ୍ରାଫିକ୍ ସମସ୍ୟା ଦୂର ଲାଗି ଓ ଦୁର୍ଘଟଣା ଘଟିବା ସମ୍ଭାବନା ଥିବାରୁ ୨ଟି ହମ୍ପସ୍ ଓ ପୁଲିସ୍ ବେରିକେଟ ଲଗା ଯାଇଥିଲା । ହେଲେ ସେ ସବୁକୁ କୋଭିଡ୍ କଟକଣା ସମୟରେ ହଟାଇ ନିଆଯାଇଥିବାରୁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି । ଏ ସମ୍ପର୍କରେ ରବିନ୍ଦ୍ର ପାତ୍ର, ରାମକୃଷ୍ଣ ସାହୁଙ୍କ ନେତୃତ୍ୱରେ ବହୁ କର୍ମୀ ପୁର୍ତ୍ତ ବିଭାଗ ଅଧିକାରୀ, ପୌର ଅଧିକାରୀ ଓ ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା