ୱାରଲଡ଼ ଟ୍ରି ବ୍ୟାଙ୍କ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମହାନଗର ୱାର୍ଡ ନମ୍ବର ୫ ତୁଳସୀ ନଗର ଅଷ୍ଟମ ଲାଇନରେ ଅବସ୍ତିତ ଶିଶୁ ପାର୍କ ଠାରେ ୱାରଲଡ଼ ଟ୍ରି ବ୍ୟାଙ୍କ (World tree bank) ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚନ୍ଦ୍ର ଶେଖର ସାହୁ, ସମ୍ମାନନୀୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଏବଂ ଅନ୍ୟାନ୍ୟ ଅତିଥି ଭାବେ ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ଗଞ୍ଜାମ ଜିଲ୍ଲା ସଭାପତି ଡ଼. ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ, ପୂର୍ବତନ ବିଡିଏ ଚେୟାରମ୍ୟାନ ତଥା ଜୀବନ ବିଦୁ ସଂଯୋଜକ ସୁବାଷ ମହାରଣା, ବିଜୁ ଜନତା ଦଳ ଗଞ୍ଜାମ ଜିଲ୍ଲା ଉପ ସଭାପତି ସଂଜିତ ପାଣିଗ୍ରାହୀ, ବରିଷ୍ଠ ବିଜେଡି ନେତା ଜଗନ୍ନାଥ ସାବତ, ୱାର୍ଡ ନଂ ୫ ପୂର୍ବତନ କର୍ପୋରେଟର ଆର. ମୁରଲୀ ମୋହନ, ବିଜୁ ଯୁବ ଜନତା ଦଳର ମହାନଗର ସଭାପତି ଅଜିତ ପଣ୍ଡା, ବିନୁ ଯୁବ ଜନତା ଦଳର ୱର୍ଡ ସଭାପତି ମୋନଜ ସାହୁ ବିଶିଷ୍ଟ ସମାଜ ସୁଳପାଣି ଶତପଥୀ, ୱାରଲଡ଼ ଟ୍ରି ବ୍ୟାଙ୍କ (World tree bank)ର କର୍ମକର୍ତ୍ତା ନିର୍ଦ୍ଦେଶକ ଶ୍ରୀମତୀ ସୁନିତା ରାଉତ, ନିର୍ଦ୍ଦେଶକ ଧନେଶ୍ୱର ନାୟକ, ସଭାପତି ରବୀନ୍ଦ୍ର ପଣ୍ଡା, ଉପସଭାପତି ଡ଼. ସମୀର ନାୟକ, ସେକ୍ରେଟାରୀ ଏସ. ନାଗେଶ୍ୱର ପୃଷ୍ଟି, ପ୍ରୋଗ୍ରାମ ଅଫିସର ଏକେ. ଜିଲାନି, ପରାମର୍ଶଦାତା ସୁରେଶ ଚନ୍ଦ୍ର ତ୍ରିପାଠୀ, ସଂଯୋଜକ ସୁଶାନ୍ତ ପାଢ଼ୀ, ଆର୍ଯ୍ୟ ଭଟ୍ଟା ଫୋୖଡେସନର ବରିଷ୍ଠ ସଦସ୍ୟ ତଥା ବିଶିଷ୍ଟ ସମାଜସେବୀ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ସାହି ବାସିନ୍ଦା ସମୀକ ସାହୁ, ବିଜ୍ଞାନ ଶିଷଙ୍କ ଦୁତିକୃଷ୍ଣ ଲେଙ୍କା ଆଶୁତୋଷ ନାୟକ, ସାଇସୁଆନୀ ପ୍ରମୁଖ ଯୋଗଦେଇ ଅଁଳା, ମନ୍ଦାର, ଛଚିନା, ଗଙ୍ଗଶିଉଳି, ନିମ୍ବ, ତୁଳସୀ ବିଭିନ୍ନ ପ୍ରକାର ୫୦ଟି ଗଛ ରୋପଣ କରିଥିଲେ l ଏହି କାର୍ଯ୍ୟକ୍ରମ ଆଗକୁ ଚାଲୁ ରହିବ ବୋଲି କୁହାଯାଇଛି l ଏହି ଅବସରସରେ କାର୍ଯ୍ୟକ୍ରମ ଶେଷରେ ଅଞ୍ଚଳବାସୀଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା