ଜିଲାପାଳ କାର୍ଯ୍ୟଳୟ ଓ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ପାରଳା ବିଧାୟକ ବଣ୍ଟନ କଲେ ମାକ୍ସ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଆଜି ପାରଳା ବିଧାୟକ କେ.ନାରାୟଣ ରାଓ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ବିଦ୍ୟୁତ ବିଭାଗର କର୍ମଚାରୀମାନଙ୍କୁ ମାକ୍ସ ବଣ୍ଟନ କରିଛନ୍ତି । ମୁଖ୍ୟତଃ ୪ର୍ଥ ଶ୍ରେଣୀ କର୍ମଚାରୀ ତଥା ପିଅନ, ଡ୍ରାଇଭର, ଲାଇନମେନ, ଚୋପରାସିଙ୍କୁ ମାକ୍ସ ବଣ୍ଟନ କରିଥିଲେ । ଯେହେତୁ ସେହି ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନେ ଖରାତରାରେ ବୁଲି ସାମାଜିକ ଦୁରତାରେ ରହି କରୋନା ଭୁତାଣୁ ସଂକ୍ରମଣକୁ ଭୟ ନ କରି ନିଜ କାର୍ଯ୍ୟ ତୁଲାଉଛନ୍ତି । ଏହି ଭଳି କାର୍ଯ୍ୟ କରି ବିଧାୟକ କେ. ନାରାୟଣ ରାଓ ପ୍ରଶଂସିତ ହେବା ସହ ଚର୍ଚ୍ଚାରେ ଆସିଛନ୍ତି । ଏହି ମାକ୍ସ ବଣ୍ଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ପି.କ୍ରିଷ୍ଣା, ନୂରସିଂହ ଚରଣ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା