ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ କରୋନା ରୋଗୀକୁ ଚିକିତ୍ସା ବେଳେ ଜୀବନ ଗଲେ ମିଳିବ ୫୦ ଲକ୍ଷ ଟଙ୍କା ଓ ରାଷ୍ଟ୍ରୀୟ ମର୍ଯ୍ୟାଦା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କରୋନା (କୋଭିଡ-୧୯) ମୁକାବିଲା ବେଳେ କରୋନା ରୋଗୀକୁ ସେବା କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଲେ ସରକାର ୫୦ ଲକ୍ଷ ଟଙ୍କା, କ୍ଷତିଭରଣ ଦେବା ସହ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ତାଙ୍କ ଶବ ଶଙ୍କାର କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଭିଡ଼ିଓ ବାର୍ତ୍ତା ଜାରି ହୋଇଛି । କରୋନା ଭୁତାଣୁ ସଂକ୍ରମଣରେ ପୀଡିତ ରୋଗୀମାନଙ୍କୁ ସେବା କାର୍ଯ୍ୟ କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଏକ ବଡ଼ ଧରଣର ପ୍ରୋସ୍ଥାହନ ଘୋଷଣା କରିଛନ୍ତି । କରୋନା ଚିକିତ୍ସା ବେଳେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସହ ଅବସର ଯାଏ ପୂରା ଦରମା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତାରେ କହିଛନ୍ତି । ଯଦି ଏହି କରୋନା ଯୁଦ୍ଧରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ଘଟିଲା ତାଙ୍କୁ ସହିଦ ମର୍ଯ୍ୟାଦା ଅର୍ଥାତ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି କହିଛନ୍ତି । ଡାକ୍ତରଙ୍କୁ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କୁ ଜାତୀୟ ସୁରକ୍ଷା ଆଇନ ବଳରେ ତାଙ୍କୁ ତୁରନ୍ତ ଗିରଫ କରାଯିବା ସହ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ପ୍ରତି ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ ଓ ତାଙ୍କ ବିରୁଦ୍ଧରେ ଜାତାୟ ସୁରକ୍ଷା ଆଇନ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା