ଜଳେଶ୍ୱର ପୌରପାଳିକା ନିର୍ବାହୀ ଅଧିକାରୀ ପିତାଙ୍କ ଦେହାନ୍ତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପାଳିକାରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଅଜୟ ମହାପାତ୍ରଙ୍କ ପିତା ଶ୍ୟାମସୂନ୍ଦର ମହାପାତ୍ର ଆଜି ୮୦ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି । ସେ ଗତ କିଛିଦିନ ଧରି ହୃଦ୍‌ରୋଗ, ବୃକକ୍ ରୋଗରେ ପିଡିତ ଥିଲେ । ପରେ କରୋନା ସଂକ୍ରମିତ ହେବାରୁ ତାଙ୍କୁ କଟକସ୍ଥିତ ଶାନ୍ତି ହସ୍‌ପିଟାଲରେ ଭତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ଦ୍ୱିପ୍ରହରରେ ମୃତ୍ୟୁବରଣ କରିଛନ୍ତି । ସ୍ୱର୍ଗତ ଶ୍ୟାମସୁନ୍ଦର ମହାପାତ୍ର ଜଳେଶ୍ୱର ତହସିଲରେ ଦୀର୍ଘବର୍ଷ କାର୍ଯ୍ୟ ତୁଲାଇ ସମସ୍ତଙ୍କର ପ୍ରିୟପାତ୍ର ହୋଇ ପାରିଥିଲେ । ତାଙ୍କ ମୃତ୍ୟଖବର ପାଇ ଆଜି ଜଳେଶ୍ୱରର ବହୁ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ତାଙ୍କର ପୁଅ, ଝିଅ ମିଶି ୭ଜଣ ଥିବା ବେଳେ ଜଳେଶ୍ୱର ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର କଟକଠାରେ ମୁଖାଗ୍ନି ଦେବେ ବୋଲି ଜଣାଯାଇଛି ।

ରିପୋର୍ଟ : ଭୂପତି ପରିଡା