ଚଳଚ୍ଚିତ୍ର “ରୁଦ୍ରାଣୀ”ର ସୁଟିଂ ଶେଷ : କ୍ୟାମ୍ପ ଫେୟାର‌ରେ ହେଲା ମସ୍ତି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଝିଲିକ‌ ମୋସନ୍‌ ପିକଚର୍ସ ର‌‌ ପ୍ରଥମ ଅବଦାନ “ରୁଦ୍ରାଣୀ” ସୁଟିଂ ଶେଷ ପରେ କ୍ୟାମ୍ପ ଫେୟାର‌ ଭୁବନେଶ୍ୱର ପଟିଆସ୍ଥିତ ଲା ଲନ୍ ଗାର୍ଡେନ ଠାରେ ଅନୁଷ୍ଠିତ ହୋଇଯାଇଛି । ଅଭିନେତ୍ରୀରୁ ପ୍ରଯୋଜିକା ସାଜିଥିବା ଝିଲିକ୍ କ୍ୟାମ୍ପ ଫେୟାରରେ ଭାବ ବିହ୍ୱଳ ହୋଇ ସ୍ପଷ୍ଟ ବୟରୁ ନିର୍ଦ୍ଦେଶକ ସମସ୍ତଙ୍କର ସହଯୋଗ ନିଜ ଘରର ସଦସ୍ୟଙ୍କ ସହ କାମ କଲା ଭଳି ଲାଗୁଥିଲା ବୋଲି କହିଥିଲେ । ବହୁଦିନ ପରେ ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ କ୍ୟାମ୍ପ ଫେୟାର‌ କରାଯାଇ ସମସ୍ତଙ୍କ କାର୍ଯ୍ୟ ପାଇଁ ଧନ୍ୟବାଦ ଦେଇଥିବାରୁ ଅଭିନେତ୍ରୀ ଝିଲିକକୁ ପ୍ରଯୋଜକ ଟୁଟୁ ନାୟକ ସାଧୁବାଦ ଜଣାଇବା ସହ ଉତ୍ତୋରତର ଉନ୍ନତି କାମନା କରିଥିଲେ । ଏହି ଅବସରରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ମୂରଲୀ କ୍ରିଷ୍ଣା, କ୍ୟାମେରା ମ୍ୟାନ୍ ଇଶ୍ଵର ବାରିକ, ଅଭିନେତା ମଣ୍ଟୁ, ଲୋହିତାକ୍ଷ, ଶକ୍ତି ବରାଳ, ବାପି ବାବୁ, ବିକି ମିଶ୍ର, ଧରିତ୍ରୀ, ଶୁଭଙ୍କରୀ, ପ୍ରଡକ୍ସନ ମ୍ୟାନେଜର ଋତୁରାଜ, ପ୍ରମୁଖ ଉପସ୍ଥିତ ଥିଲେ । ଚଳଚ୍ଚିତ୍ର ଅତିଶିଘ୍ର ପ୍ରେକ୍ଷାଳରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ଦିଆଯାଇଛି ।