ବିଭିନ୍ନ ବ୍ଲକରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ନିର୍ବାଚନୀ ହିଂସାକୁ ଏଡ଼ାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା ଆରମ୍ଭ କରାଯାଇଛି । ଭଞ୍ଜନଗର ଉପଖଣ୍ତର ବିଭିନ୍ନ ଥାନା ପକ୍ଷରୁ ନିଜ ନିଜ ଥାନା ଇଲାଜରେ ଥିବା ପଞ୍ଚାୟତ ଗୁଡିକର ସବୁ ଗ୍ରାମରେ ଫ୍ଲାଗ ମାର୍ଚ୍ଚ ଜାରି ରହିଛି । ଧରାକୋଟ ବ୍ଲକର ୧୮ଟି ଗ୍ରାମ ପଞ୍ଚୟତର ବହୁ ଗ୍ରାମରେ ଧରାକୋଟ ଥାନାଧିକାରୀଙ୍କ ନେତୃତ୍ୱରେ ପୋଲିସ ପକ୍ଷରୁ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ନିର୍ବାଚନି ହିଂସା ନ କରିବାକୁ ସଚେତନତା କରାଯାଉଛି । ସରଧାପୁର, ଗୋଲାଦାମଦର ପଲ୍ଲି, ଜଗମୋହନ ଆଦି ପଞ୍ଚାୟତ ବହୁ ଗ୍ରାମରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଥାନା ଅଧୀନରେ ଥିବା ଅତି ଉତେଜନା ପ୍ରବଣ ବୁଥ ଗୁଡିକୁ ଚିହ୍ନଟ କରାଯାଇ ତୀକ୍ଷଣ ନଜର ରଖାଯାଇଛି । ବନ୍ଧୁକ ରଖିଥିବା ଲାଇସେନ୍ସ ପ୍ରାପ୍ତ ଜଣ ବ୍ୟକ୍ତିଙ୍କୁ ପୋଲିସ ପକ୍ଷରୁ ନୋଟିସି ଜାରି କରାଯାଇଛି ।ଗ୍ରାମ ବିବାଦ ଓ ଗୋଷ୍ଠୀ ବିବାଦ ଏଡ଼ାଇବା ସକାଶେ ଧରାକୋଟ ଥାନାରେ ଏଯାଏଁ ମୋଟ ୧୮୨ ଜଣକ ନାମରେ ୧୦୭ କେଶ ରୁଜୁ କରିଛି । ୧୫ ୱାରେଣ୍ଟ ଖିଲାପକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ୮ଜଣ ଅଭ୍ୟାସ ଗତ ଅପରାଧୀଙ୍କୁ ଗିରଫ କରି ୧୧୦ ଦଫା ଲଗା ଯାଇଛି । ଦୁଇ ଜଣକୁ ଥାନା ପକ୍ଷରୁ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ପଳାତକ ଘୋଷଣା କରିବା ସହ ସମ୍ପତ୍ତି ବ୍ୟାଯାପ୍ତ ପାଇଁ ମାନ୍ୟବର କୋର୍ଟକୁ ଅନୁରୋଧ କରାଯାଇଛି । ସେହିପରି ଆସିକା, ସୋରଡା, ଗଙ୍ଗପୁର, ବୁଗୁଡ଼ା, ଭଞ୍ଜନଗର ଓ କାବିସୁଯ୍ୟନଗର ଆଦି ଥାନା ଇଲାକାରେ ମଧ୍ୟ ଫ୍ଲଗ ମାର୍ଚ୍ଚ କରାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା