ଜଳେଶ୍ୱର ଆର୍ଟ ଫାଉଣ୍ଡେସନ ପକ୍ଷରୁ ଚିତ୍ରକଳା ପ୍ରଦର୍ଶନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା କଟକଣାରେ ବନ୍ଦ ହୋଇଥିବା ଚିତ୍ରକଳା ପ୍ରଦର୍ଶନ ଆଜି ପୁଣି ପୁର୍ତ୍ତବିଭାଗ ପରିସରରେ ପ୍ରଦର୍ଶନ ଆରମ୍ଭ ହୋଇଛି । ରୋଟାରିଆନ୍ ସୁବ୍ରତ କୁମାର ରଣାଙ୍କ ସଭାପତିତ୍ୱରେ ଇଂ ଅଶୋକ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚିତ୍ରକଳା ଏ ଦେଶର ସଂସ୍କୃତି, ପରମ୍ପରାକୁ ଉଦ୍‌ଜିବୀତ କରି ରଖିଛି ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ରୋଟାରୀ କ୍ଲବ ସଭାପତି ରାଜେଶ ଖଟୁଆ ଯୋଗ ଦେଇ ଚିତ୍ରକରମାନେ ମଧ୍ୟ ଦେଶର ସାମ୍ପ୍ରତିକ ଅବସ୍ଥାକୁ ଗଣତାନ୍ତ୍ରୀକ ମାଧ୍ୟମରେ ପରିବର୍ତ୍ତନ କରିବାର ପ୍ରଚେଷ୍ଟା କରିଥାନ୍ତି ବୋଲି କହିଥିଲେ । ଚିତ୍ରକର ମୁକ୍ତିପଦ ନନ୍ଦି ଏହାର ସୂଚନା, ଆଭିମୁଖ୍ୟ ବର୍ଣ୍ଣନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ସମୌରତିକ୍ ପାତ୍ର ମଂଚ ଆହ୍ୱାନ କରିଥିବା ବେଳେ ଅରଉଣ କୁମାର ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଝାଡଖଣ୍ଡର ତପନ ରାୟ, ପଶ୍ଚିମବଂଗର ରାନୁ ନିସ୍କଲ, ବାଲେଶ୍ୱରର ନିତ୍ୟାନନ୍ଦ ସାହୁ, କେନ୍ଦ୍ରାପଡାର ପ୍ରଶନ୍ନ ସ୍ୱାଇଁ, ପୁର୍ଣ୍ଣେନ୍ଦୁ ପତି, ସଂଜୟ ରାଉଳ, କିରଣ ବିନ୍ଧାଣୀ, ଆଶିଷ ସାହୁ ପ୍ରମୁଖ ବିଭିନ୍ନ ଚିତ୍ର ଅଂକନ କରି ପ୍ରଦର୍ଶନୀରେ ଭାଗ ନେଇଥିଲେ ।

ରିପୋର୍ଟ : ଭୂପତି ପରିଡା