ମହିଳା ବିଜୁ ଜନତା ଦଳର ପରିବର୍ଦ୍ଦିତ କାର୍ଯ୍ୟକାରିଣୀ ବୈଠକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମାଜରେ ମହିଳା ମାନଙ୍କର ସର୍ବାଙ୍ଗୀନ ଉନ୍ନତି ଫଳରେ ସାମାଜିକ ବିକାଶ ସମ୍ଭବ । ୨୦ବର୍ଷ ତଳେ ମହିଳା ମାନଙ୍କ ସାମାଜିକ ସ୍ଥାନ ଓ ଏବେ ମୁଖ୍ୟ ମନ୍ତ୍ରୀଙ୍କ ପ୍ରଚେଷ୍ଟା ଫଳରେ ମହିଳାମାନଙ୍କ ସଶକ୍ତିକରଣ ଦ୍ୱାରା ସାମାଜିକ ବିକାଶ ପ୍ରଣିଧାନ ଯୋଗ୍ୟ ବୋଲି ଆଜି ଜଳେଶ୍‌ବର ମୁରଲି କଲ୍ୟାଣ ମଣ୍ଡପ ପରିସରରେ ମହିଳା ବିଜୁ ଜନତା ଦଳର ପରିବର୍ଦ୍ଧିତ କାଯ୍ୟକାରିଣୀ ବୈଠକରେ ମତପ୍ରକାଶ ପାଇଛି । ପୂର୍ବସୂଚନା ଅନୁଯାୟୀ ଆୟୋଜିତ ସଭାରେ ବ୍ଲକ ସଭାନେତ୍ରୀ ସଂଜିତା ସେନାପତି ପୌରହିତ୍ୟ କରି ମହିଳା ମାନଙ୍କ ବିକାଶର ଆବଶ୍ୟକତା ସଂପର୍କରେ କହିଥିଲେ । ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ସୁବାଶିନୀ ଜେନା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଓଡିଶାର ବିକାଶ ଘଟିଥିବା ବେଳେ ମହିଳାମାନଙ୍କ ସଶକ୍ତିକରଣହିଁ ବିକାଶର ଚାବିକାଠି ବୋଲି କହିଛନ୍ତି । ଚଳିତମାସ ବାଲେଶ୍ୱର ଜିଲାରେ ବିଜୁ ସ୍ୱସ୍ଥ୍ୟ କାର୍ଡ ବଣ୍ଟନ ହେବାକୁ ଯାଉଥିବା ବେଳେ ପ୍ରତି ପଂଚାୟତର ୧୦ଜଣ ଛାମୁଆ ମହିଳା ବିଭିନ୍ନ ସ୍ଥାନରେ ଏହି କାର୍ଡ ବଣ୍ଟନ କରିବେ । ପୁରୁଷଙ୍କୁ ୫ଲକ୍ଷ ଟଙ୍କାର ଚିକିତ୍ସା ସୁବିଧାର ବ୍ୟବସ୍ଥା ଥିବା ବେଳେ ମହିଳା ମାନଙ୍କୁ ୧୦ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ସମଗ୍ର ଦେଶର ୨ଶହଟି ଚିକିତ୍ସା କେନ୍ଦ୍ରରେ କରାଯିବ ବୋଲି କହିଛନ୍ତି । ଏଥିରେ ବିଧାୟକ ଅଶ୍ୱିନୀ ପାତ୍ର ଯୋଗ ଦେଇ ଭାରତୀୟ ସଂସ୍କୃତିରେ ମହିଳାଙ୍କର ସ୍ୱତନ୍ତ୍ର ଭୂମିକା ଥିବାରୁ ଏବେ ସାମାଜିକ ସ୍ତରରେ ମହିଳାଙ୍କ ବିକାଶ ସହିତ ନିର୍ବାଚନରେ ୫୦ଭାଗ ସଂଗ୍ରକ୍ଷଣବ୍ୟବସ୍ଥା କରି ମହିଳାଙ୍କୁ ନ୍ୟାୟ ଦେବାରେ ସେ ଶ୍ରେଷ୍ଟ ଭୂମିକା ତୁଲାଛନ୍ତି ବୋଲି କହିଥିଲେ । ଜିଲା ପର୍ଯ୍ୟବେକ୍ଷକ ଝାଡସଗୁଡାର ନେତ୍ରୀ ସୁଜାତା ଦିଗଲ ଯୋଗ ଦେଇ ସମାଜରେ ଜୟା, ଜନନୀ, ଭଗିନୀ ସ୍ଥାନ ନିର୍ବାହ କରୁଥିବା ମହିଳାଙ୍କୁ ବିଜେଡି ଗୁରୁତ୍ୱ ଦେଇଥିବା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ମହିଳା ସଂପାଦିକା ବିନ୍ଦୁଲତା ନନ୍ଦି, ଟାଉନ୍ ମହିଳା ସଭାପତି ଗୀତାଞ୍ଜଳି ସାମନ୍ତ, ଆରତୀ ଦାସ, ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଅର୍ଚ୍ଚନା ଗିରି, ସଂଜୁରାଣୀ ଦାସ, ସତ୍ୟବତୀ ଗିରି, ପ୍ରଜ୍ଞା ସାମଲଙ୍କ ସହିତ ପ୍ରତ୍ୟେକ ୱାର୍ଡର ମହିଳା ସଭାପତି ଓ ସଂପାଦିକା ମାନେ ଏହାକୁ ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି ପରିଡା