କୃଷକ ଓ ଶ୍ରମିକ ସଂଗଠନ ପକ୍ଷରୁ ବିଭିନ୍ନ ଦାବି ନେଇ ପ୍ରତିବାଦ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କୃଷକ ଓ ଶ୍ରମିକ ସଂଗଠନ ପକ୍ଷରୁ ବିଭିନ୍ନ ଦାବି ନେଇ ବିଭିନ୍ନ ଜାଗାରେ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲାରେ ବହୁ ଛୋଟ ଓ ବଡ଼ କାରଖାନା, ଶିଳ୍ପାଞ୍ଚଳ ବନ୍ଦ ହୋଇ ପଡ଼ିଥିବା ଯୋଗୁଁ ଶ୍ରମିକମାନେ କିଛି କାମ ଧନ୍ଦା ନ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏହି ପରିପେକ୍ଷୀରେ CITU ଓ AIKS ପକ୍ଷରୁ ମିଳିତ ଭାବେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜାଗାରେ ବିଭିନ୍ନ ଦାବି ନେଇ ପ୍ରତିବାଦ କରାଯାଇଛି l ସେମାନଙ୍କ ଦାବି ହେଲା ଗଞ୍ଜାମ ଜିଲ୍ଲାରେ ସାଇକେଲ କାରଖାନା ପ୍ରତିଷ୍ଠା ବନ୍ଦ, ସ୍ପିନିଙ୍ଗ ମିଲ ଗୁଡିକୁ ଖୋଲିବା, ଆସିକା ଚିନି କଳକୁ ଅଧୁନିକରଣ କରିବା, ଗୋପାଳପୁର ବନ୍ଦରକୁ ସବୁଦିନଆ କରିବା, ଜିଲ୍ଲାର କୃଷକମାନଙ୍କୁ ସାର, ସୁବିଧା ଋଣ ଯୋଗାଇ ଦେବା, ଧାନ କୁଇଣ୍ଟାଲ ୩ ହଜାର ଟଙ୍କାରେ ମଣ୍ଡି ଜରିଆରେ କିଣିବା, ପ୍ରତ୍ୟେକ ପରିବାରକୁ ମୁଣ୍ଡପିଛା ୧୦ କେଜି ଚାଉଳ ଯୋଗାଈ ଦେବା, ଆୟକର ଦେଉନଥିବା ପରିବାରକୁ ମାସକୁ ୭୫00 ଟଙ୍କା ଲେଖାଏଁ ୬ ମାସ ପର୍ଯ୍ୟନ୍ତ ଯୋଗାଇ ଦେବା, ଅତ୍ୟାବଶ୍ୟକ ଆଇନରେ ସଂଶୋଧନ ପ୍ରତ୍ୟାହାର କର, ଶ୍ରମ ଆଇନର ସଂଶୋଧନ ବନ୍ଦ କର, ଦୈନିକ ୮ ଘଣ୍ଟା କାମକରିବା ଅଧିକାରର ସୁରକ୍ଷା, ବାଧ୍ୟତାମୂଳକ ଅବସର ନୀତି ପ୍ରତ୍ୟାହାର କରିବା, ବ୍ୟାଙ୍କ, ବୀମା ଓ ରେଳ ସମେତ ସରକାରୀ ସଂସ୍ଥାକୁ ବିକ୍ରିକରିବା ବନ୍ଦକର, କୋଭିଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ସହାୟତା ଯୋଗାଇଦେବା,ଛାତ୍ରମାନଙ୍କ ଟିଉସନ ଫି ଛଡ଼ାକର, ଅନଲାଇନ ପାଠ ପଢିବା ପାଇଁ ମୋବାଇଲ ଓ ଲାପଟପ ଯୋଗାଇଦିଅ ଏବଂ ମେଡିକାଲରେ ଅନୁପସ୍ଥିତ ରହୁଥିବା ଡାକ୍ତରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର ଓ ଡାକ୍ତର ନ ଥିବା ଯୋଗୁଁ ବନ୍ଦ ହୋଇ ଯାଇଥିବା ବିଭାଗ ଗୁଡିକୁ ଅତିଶୀଘ୍ର ଖୋଲିବା ବ୍ୟବସ୍ଥା କରିବା l ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ସିଟୁ ନେତା ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ଶିବ ମହାପାତ୍ର, କୃଷକନେତା ଗୋପାଳ ପାଣିଗ୍ରାହୀ, ବାବୁଲା ନାୟକ, ବୈକୁଣ୍ଠ ନାଥ ସାହୁ, ଅଶୋକ ଦାଶ, ପଞ୍ଚାନନ ଜେନା, ହରି ନାହାକ, ଚିଟିବାବୁ, ଲକ୍ଷଣ ନାୟକ, କୃଷ୍ଣ ନାୟକ, ରଞ୍ଜନ ପାତ୍ର, ଶ୍ରୀନିବାସ ଦାସ, ପ୍ରଦୀପ ସିଂ ପ୍ରମୁଖ ଯୋଗ ଦେଇଥିଲେ l ସେହିପରି ଦିଗପହଣ୍ଡି, ଗଞ୍ଜାମ, କୁକୁଡ଼ା ଖଣ୍ଡି, ସୋରଡ଼ା ଠାରେ ମଧ୍ୟ ପ୍ରତିବାଦ କରାଯାଇଥିଲା l ଏଥିରେ କୃଷକ ନେତା କୈଳାଷ ଷଢଙ୍ଗି, ହରି କୃଷ୍ଣ ରେଡି, ଅଶ୍ୱିନୀ ଦାସ, ରାମ ଚନ୍ଦ୍ର ନାୟକ ଓ ଦିଲ୍ଲୀପ ଛୋଟରାୟ ପ୍ରମୁଖ ନେତୃତ୍ୱ ନେଇଥିଲେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା