ଛତ୍ରପୁର ପୋଡାପଦର ଗ୍ରାମର ବି.ଦୀପକ ରାଓଙ୍କ ବିଲରେ ଅଗ୍ନିକାଣ୍ଡ ଘଟି ୬ ଭରଣରୁ ଉର୍ଦ୍ଧ ଅମଳ ଧାନ ସଂପୂର୍ଣ୍ଣ ପୋଡି ପାଉଁଶ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ତହସିଲ ଅନ୍ତର୍ଗତ ପୋଡାପଦର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ପୋଡାପଦର ଗ୍ରାମର ବି.ଦୀପକ ରାଓଙ୍କ ବିଲରେ ଥିବା ଧାନ ଗଦା ଗୁଡିକରେ ଅଗ୍ନିକାଣ୍ଡ ଘଟି ୬ ଭରଣରୁ ଉର୍ଦ୍ଧ ଅମଳ ଧାନ ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ସକାଳ ସମୟରେ ଧାନ ଗଦାରେ ନିଆଁ ହଠାତ୍ ଜଳୁଥିବା ଦେଖିବାକୁ ମିଳିଥିଲ। । ଉତରା ପବନ ସାଙ୍ଗକୁ ନିଆଁର ପ୍ରକୋପ ଏତେ ଜୋର ଥିଲା ଯେ କେହି ନିଆଁକୁ ଆୟତ କରିପାରିଲେନାହିଁ ଯାହାଫଳରେ ନିଆଁ ଚାରିଆଡେ ବ୍ୟାପି ସମ୍ପୂର୍ଣ୍ଣ ଧାନ ଗଦା ନଷ୍ଟ ହୋଇଯାଇଛି । ଏହି ଘଟଣାର ଛତ୍ରପୁର ଅଗ୍ନିଶ୍ରମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି କର୍ମଚାରୀମାନେ ଧାନ ଗଦାରେ ଲାଗିଥିବା ନିଆଁକୁ ଲିଭାଇଥିଲେ । ଏଥିରେ ଅଗ୍ନିଶ୍ରମ ବିଭାଗର ଅଭିରାମ ନାୟକ, ଚନ୍ଦ୍ର ଶେଖର ସାମନ୍ତ, କାହ୍ନୁ ଚରଣ ପରିଡା, ସୁମନ ମହାଲିକ, ଉମାକାନ୍ତ ମୁଗୁରୀ ଓ କିଶୋର ମାଝି ପ୍ରମୂଖ ନିଆଁ ଲିଭାଇବା କାର୍ଯ୍ୟରେ ସହଯୋଗ କରିଥିଲେ । ତେବେ ନିଆଁ କେଉଁ କାରଣରୁ ଲାଗିଲା ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା