ହିଞ୍ଜିଳିରେ ‘ମୋ ଗେହ୍ଲା ଝିଅ’ର ଶୁଭାରମ୍ଭ କଲେ ଜିଲ୍ଲାପାଳ …

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା)ରାଜ୍ୟରେ ପୁଅ ତୁଳନାରେ ଝିଅ ସଂଖ୍ୟା ବୃଦ୍ଧି କଲେ କି ସୁଫଳ ମିଳେ ସେ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ ଜାନୁଆରୀ ମାସରୁ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ କନ୍ୟା ଜନ୍ମ ଉତ୍ସବ ‘ମୋ ଗେହ୍ଲା ଝିଅ’ ଯୋଜନାର ଶୁଭାରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ‘ବେଟି ବଚାଓ ବେଟି ପଢ଼ାଓ’କାର୍ଯ୍ୟକ୍ରମ ତଥା ରାଜ୍ୟରେ ନାମିତ ‘ ବିଜୁ କନ୍ୟାରତ୍ନ ଯୋଜନା’ର ସଫଳ ରୂପାୟନ ପାଇଁ ସରକାର ତତ୍ପର ହୋଇଉଠିଛନ୍ତି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିବା ବେଳେ ହିଞ୍ଜିଳି ବ୍ଲକ କାର୍ଯ୍ୟାଳୟ ଓ ଗୋପିନାଥପୁର ଗ୍ରାମରେ ଆୟୋଜିତ ଉତ୍ସବରେ ସିଡିପିଓ ଶୁଭଶ୍ରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବ୍ଲକ ଅଧ୍ୟକ୍ଷ ଏନ.ରଘୁନାଥ, ବିଡିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପିନାଥ କୁଅଁର, ଡାକ୍ତର ଅନିଲ କୁମାର ରଥ, ଉପାଧ୍ୟକ୍ଷା ଗୀତାଞ୍ଜଳୀ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ଲକ କାର୍ଯ୍ୟାଳୟରେ ୧୦ ଜଣ ଓ ଗୋପିନାଥପୁର ଗ୍ରାମରେ ୨ ଜଣ ଏଭଳି ୧୨ ଜଣ ଦମ୍ପତି ଓ ସେମାନଙ୍କ ନବଜାତ ଶିଶୁକନ୍ୟାଙ୍କୁ ନୂତନ ପୋଷାକ, ପ୍ରଶଂସାପତ୍ର, ବେବି ପ୍ରଡକ୍ଟ ଓ ମିଷ୍ଟାନ୍ନ ବଣ୍ଟନ କରି ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଏବିଇଓ ସୁଧିର ପ୍ରଧାନ, ଶଶାଙ୍କ ଶେଖର ପଣ୍ଡା, ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ଅଶୋକ ମିଶ୍ର, ବନଜା ବେହେରା, ଶାରଦା ଶତପଥୀ, ବାସନ୍ତି ଦେବୀ, ସୋନାଲି ବେହେରା, ଜେ.ଲକ୍ଷ୍ମୀ, ମୀନତି ପଟ୍ଟନାୟକ, ଅନୁପମା ବେହେରା, ବାବୁଲା ଭୋଳ, ଶରତ ବେହେରା, ଏ.ସୁଦର୍ଶନ ରାମହରି ଶର୍ମା ପ୍ରମୁଖଙ୍କ ସମେତ ସମସ୍ତ ଅଙ୍ଗନବାଡ଼ି କର୍ମୀ, ସହାୟିକା, ଆଶାକର୍ମୀ , ଗାଁ କଲ୍ୟାଣ ସମିତି ଓ ପଂଚାୟତ ସଦସ୍ୟମାନେ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ବତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା