ପ୍ଲାଷ୍ଟିକ ବର୍ଜନ ପଦଯାତ୍ରା ଓ ସଫେଇ କାର୍ଯ୍ୟକ୍ରମ ଢେଙ୍କାନାଳ ମାର୍ଥାପୁର ହାଇସ୍କୁଲରେ ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ପ୍ଲାଷ୍ଟିକ ବର୍ଜନ ପଦଯାତ୍ରା ଓ ସଫେଇ କାର୍ଯ୍ୟକ୍ରମ ମାର୍ଥାପୁର ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଏକାଧିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । ଏଥିରେ ଅତିଥିଭାବେ ଗ୍ରାମର ସରପଞ୍ଚ ସଞ୍ଜୟ ଦାସ, ଉପଦକ୍ଷା ଶ୍ରୀମତୀ ସୁଭଦ୍ରା ପାତ୍ରଙ୍କ ସହ ଭୁବନ ବ୍ଲକର ବିଜୁ ଯୁବ ବାହିନୀର ସଭାପତି ଓ ସମ୍ପାଦକ ସମେତ ବହୁ ସଦସ୍ୟ ବୃନ୍ଦ ଯୋଗ ଦେଇଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି