ଛତ୍ରପୁର କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ନେଇ ବିଡ଼ିଓଙ୍କୁ ସ୍ମାରକ ପତ୍ର…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ପ୍ରବାସୀ ଶ୍ରମିକ ମାନଙ୍କୁ ମନରେଗା ଅନ୍ତର୍ଭୁକ୍ତ କାର୍ଯ୍ୟ ଦେବା ପାଇଁ ଅଗ୍ରିମ ୧୦ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ପଠାଇବାକୁ ଦାବୀ କରି ବିଡ଼ିଓଙ୍କ ପାଖରେ ସ୍ମାରକ ପତ୍ର ଦିଆଯାଇଥିଲା । ବାର୍ଦ୍ଧକ ଭତ୍ତା, ରାସନକାର୍ଡ, ଇନ୍ଦିରା ଆବାସ ଯୋଜନାରେ ଦୁର୍ନୀତିର ଅଭିଯୋଗ କରି ଏହାର ତଦନ୍ତ କରିବା ସହ ଅନ୍ୟାନ୍ୟ ଦୁର୍ନୀତି ନେଇ ଏକ ସ୍ମାରକ ପତ୍ର ଛତ୍ରପୁର ବ୍ଲକ ଗୋଷ୍ଠୀ ଉନୟନ ଅଧିକାରୀଙ୍କୁ ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ଭାଗିରଥି ବେହେରାଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଥିଲା । ସମାଜସେବୀ ତଥା ବରିଷ୍ଠ କଂଗ୍ରେସ ନେତା ଭାଗିରଥି ବେହେରା, ପୂର୍ବତନ ସରପଞ୍ଚ କ୍ରିଷ୍ନା ରେଡ୍ଡୀ, ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଗଣପତି ବାରିକ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା