ଅବକାରୀ ବିଭାଗର ଚଢ଼ାଉ : ୨ ଗିରଫ…

ଛତ୍ରପୁର (ସମୃଦ୍ଧ ଓଡିଶା) ବିଶ୍ୱରେ କରୋନା ଭଳି ମହାମାରୀ ଆତଙ୍କ ସୃଷ୍ଟି କରିଥିବା ବେଳେ ଅବକାରୀ ବେଆଇନ କାରବାର ନେଇ ସମସ୍ତେ ଉଦବେଗ ପ୍ରକାଶ କରୁଛନ୍ତି । ତେବେ କରୋନା ଯୋଗୁଁ ଦେଶରେ ଓ ରାଜ୍ୟରେ ଲକଡାଉନ ଜାରୀ ରହିଥିବା ସମୟରେ ଅବକାରୀ କାରବାର ବୃଦ୍ଧି ପାଉଥିବା ସମସ୍ତଙ୍କୁ ବ୍ୟତୀତ କରିଛି । ହେଲେ ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳ ଅବକାରୀ କାରବାରକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଇ ଆସୁଥିଲେ ମଧ୍ୟ ଦୈନନ୍ଦିନ ଏହି କାରବାର ବୃଦ୍ଧି ପାଉଥିବା ଯୋଗୁଁ ଅସନ୍ତୋଷ ବୃଦ୍ଧି ପାଉଛି । ସମୀକ୍ଷା କଲେ ଜଣାପଡେ ଲକଡାଉନ ଆରମ୍ଭ ହେବା ପରଠୁ ଆଜି ଯାଏଁ କେଉଠି ନା କେଉଠି ମଦ କାରବାର ଗଞ୍ଜେଇ ଧରପଗଡ଼ ଜିଲ୍ଲାରେ ଦେଖିବାକୁ ମିଳୁଛି । ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭୋତାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗର ଭାମ୍ୟମାଣ ସଂସ୍ଥା ଗଞ୍ଜାମ ଅବକାରୀ ବିଭାଗ ଉପ ନିରୀକ୍ଷକ ଦୁର୍ଯ୍ୟଧନ ଳିଗାଲ, ଇନିସପେକ୍ଟର ଦୀପ୍ତି ସାହୁଙ୍କ ନେତୃତ୍ଵରେ ଏକ ଟିମ ଗତକାଲି ରାତିରେ ଚଢାଉ କରି ଖଲ୍ଲିକୋଟରୁ ଜଣେ, ପୁରଷତମପୁର ନୁଆପୁଲିରୁ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଏକ ମଟର ସାଇକଲ୍ ଜବତ କରିବା ସହ 70.82.+152 ଲିଟର ମଦ ଜବତ କରାଯାଇ ଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା