ଛତ୍ରପୁରରେ କଡାକଡି ହେଲା କୋଭିଡ ନିୟମ…

ଛତ୍ରପୁର (ସମୃଦ୍ଧ ଓଡିଶା) କରୋନାର ଭୟାବହତା ଓ ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲ୍ଲାବାସୀଙ୍କ ସୁରକ୍ଷା ନିମନ୍ତେ ବର୍ତ୍ତମାନ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଅଧିକାରୀମାନେ ଧରପଗଡ କରି କୋଭିଡ୍ ନିୟମ ଉଲ୍ଲଂଘନ କାରୀମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ କ୍ରମେ ଛତ୍ରପୁରରେ ସହରବାସୀଙ୍କ ସୁରକ୍ଷା ନିମନ୍ତେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଛତ୍ରପୁର ସହରର ପ୍ରତ୍ୟେକ ଗଳିକନ୍ଦିରେ ଛତ୍ରପୁର ଏନଏସି ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ଲୋକଙ୍କୁ ସଚେତନ କରାଯାଇଛି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ଦୋକାନ ମାନଙ୍କରେ ବ୍ୟାରିକେଟ ବାନ୍ଧିବା, ଦୋକାନୀମାନଙ୍କୁ ପଞ୍ଚସୂତୀ ନିୟମ ପାଳନ କରିବା ଭଳି ବିଭିନ୍ନ ସଚେତନତା କରାଯାଇଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମକୁ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍.ଗଣେଷ ବାବୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରାଯାଉଥିବା ସୂଚନା ମିଳିଛି |