କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଙ୍ଗଲ ଓ ଜଳ ଦିବସ ପାଳିତ ସହ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ…

ଦିଗପହଣ୍ଡି/କେଦାରପୁର (ସମୃଦ୍ଧ ଓଡିଶା) କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ମାର୍ଚ୍ଚ ୨୧ ଓ ୨୨ ଦୁଇ ଦିନ ଧରି ଜଙ୍ଗଲ ଓ ଜଳ ଦିବସ ପାଳିତ ସହ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ବିଦ୍ୟାଳୟର ସଭାପତି କୁରେସୁ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋପୀନାଥ ପଟ୍ଟନାୟକ ଅଂଶ ଗ୍ରହଣ କରିବା ସହ ଜଙ୍ଗଲ ସୁରକ୍ଷା ଓ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଜଙ୍ଗଲ ସୁରକ୍ଷା ଆମ ସମସ୍ତ ଲୋକମାନଙ୍କର । ନିଆଁ ଜଙ୍ଗଲରେ ଲଗାଇବା ଏକ ଅପରାଧ ଅଟେ । ବହୁ କଷ୍ଟରେ ଜଙ୍ଗଲରେ ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରାଯାଇଥାଏ । ଏଥିସହ ଜଙ୍ଗଲ ସୁରକ୍ଷା ସହ ଜଳ ଅତି ଆବଶ୍ୟକତା ରହିଛି । ବର୍ତ୍ତମାନ ପୃଥିବୀରେ ଜଳ କଷ୍ଟ ବହୁ ମାତ୍ରାରେ ବଢିବାରେ ଚାଲିଛି । ଲୋକମାନେ ଗ୍ରୀଷ୍ମକାଳରେ ଜଳର ଅଭାବ ଯୋଗୁଁ ବହୁ କଷ୍ଟରେ ଜୀବନ ଅତିବାହିତ କରିଥାନ୍ତି । ଆଗାମୀ ଦିନରେ ଜଳ ବିନ୍ଦୁଟି ପାଇଁ ଅତ୍ୟନ୍ତ ଜରୁରୀ ଏଥିପ୍ରତି ଯୁବ ସମାଜ ସଚେତନତାର ବାର୍ତ୍ତା ସାଜିବାକୁ ପରାମର୍ଶ ଦେଇଥିଲେ । ଏଥିସହ ତା ୨୨ ରିଖ ଦିନ ବିଦ୍ୟାଳୟ ପରିସର ମଧ୍ୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମରେ ସଭାପତି କୁରସୁ ରଣା ଓ ପ୍ରଧାନ ଶିକ୍ଷକ ଗୋପୀନାଥ ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଶିକ୍ଷକ ଗଣ ଏଲ.କୃଷ୍ଣମୁର୍ତ୍ତି ଦୋରା, ରାମ ଚନ୍ଦ୍ର ସେଠି, ଶୁଭଶ୍ରୀ ସାହୁ, ପ୍ରଭାକର ଘଢେଇ ଉପସ୍ଥିତ ରହି ସଭାକୁ ପରିଚାଳନା କରିଥିଲେ । ଗ୍ରାମର ଲିଜା ପଟ୍ଟନାୟକ, ଟୁଟୁ ପଟ୍ଟନାୟକ, ପି.କାଳିଆ ଦୋରା, ହରି ଭୂୟାଁ, କୁନି ଗୌଡ଼, ଅଲେଖ ରଣା ପ୍ରମୁଖ ସହଯୋଗ କରିଥିଲେ ।