ଛତ୍ରପୁରରେ ଏକ ସ୍ୱତନ୍ତ୍ର ସ୍ପୋର୍ଟ୍ସକ୍ଳବ ପଞ୍ଜିକୃତ କରିବାକୁ ଖେଳପ୍ରେମୀ ମାନଙ୍କ ମଧ୍ୟରେ ନିଷ୍ପତି

ଛତ୍ରପୁର- ଛତ୍ରପୁରରେ ଏକ ସ୍ୱତନ୍ତ୍ର ସ୍ପୋର୍ଟ୍ସ କ୍ଳବ କରିବାପାଇଁ ନିଷ୍ପତି ନିଆଯାଇଥିବା ଜଣାପଡିଛି । ଖେଳ ପ୍ରେମୀ ସୁବର୍ଣ୍ଣମାଳା ବିଶୋୟୀଙ୍କ ଆହ୍ୱାନ କ୍ରମେ ଓ ସଭାପତିତ୍ୱରେ ଗତକାଲି ଆନୁଷ୍ଠାନିକ ଭାବେ ଏକ ସ୍ୱତନ୍ତ୍ର ବୈଠକ ଛତ୍ରପୁର ଖେଳ ପଡିଆରେ ଅନୁଷ୍ଠିତ ହୋଇଥିଲା । ଏଥିରେ କବାଡି,ଖୋଖ, ହକି, ଫୁଟବଲ ଆଦି ଖେଳ ଉପରେ କିପରି ଖେଳାଳି ମାନଙ୍କୁ ଉତ୍ସାହିତ କରାଯିବ ସେସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିରେ ପୂର୍ବତନ ବିଧାୟକ ଅଶୋକ ଚୌଧରୀ, ଅନିତା ମିଶ୍ର, ସୁଶାନ୍ତ କୁମାର ନାୟକ, ସୁନିତା ପାତ୍ର, ଅରୁଣ କୁମାର ମନସିଂ,ଉମା ଶଙ୍କର ସେଠି, ଟି.ଚନ୍ଦ୍ର ଶେଖରଙ୍କ ସମେତ ଖୋଖ ଓ ଡାଇକେଣ୍ଡାର ଖେଳାଳି ପ୍ରେମୀ ମାନେ ଅଂଶଗ୍ରହଣ କରିଥିଲେ ।