ସି.ଆର.ପି.ଏଫ ଆଇଜି ୱିଚେଲ କୁମାର ମୁନିଗୁଡା ଗସ୍ତରେ ଆସି ନକ୍ସଲ ସମସ୍ୟା ଉପରେ ଆଲୋଚନା କରି ଅଧିକ ଶକ୍ତିଶାଳୀ ହେବାକୁ ଯବାନମାନଙ୍କୁ ଦେଲେ ପରାମର୍ଶ …


ମୁନିଗୁଡ଼ା ୮ମ ବାଟାଲିୟନ ସିଆରପିଏଫ କମାଣ୍ଡାଣ୍ଟ ଏନ.କେ. ସିଂ ଓ ଡ଼େପୁଟି କମାଣ୍ଡାଣ୍ଟ ବୃଷମ ମେହେର ଆଇଜିଙ୍କୁ ସ୍ୱାଗତ କରୁଛନ୍ତି 

ରାୟଗଡା(ତୁଷାର ରଞ୍ଜନ ସାହୁ )ରାୟଗଡ଼ା ଜିଲାସ୍ଥିତ ୮ମ ବାଟାଲିୟନ ସିଆରପିଏଫ କ୍ୟାମ୍ପକୁ ଗତକାଲି  ଭୁବନେଶ୍ୱର ସିଆରପିଏଫ ଆଇଜି ୱିଚେଲ କୁମାର ଗସ୍ତରେ ଆସିଛନ୍ତି । ସେ ଏଠାରେ ପହଞ୍ଚି ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଛନ୍ତି । ମଧ୍ୟାହ୍ନରେ ସେ ହେଲିକପ୍‍ଟର ଯୋଗେ ସିଆରପିଏଫ ପଡ଼ିଆଠାରେ ପହଞ୍ଚିବା ପରେ ମୁନିଗୁଡ଼ା ୮ମ ବାଟାଲିୟନ ସିଆରପିଏଫ କମାଣ୍ଡାଣ୍ଟ ଏନ.କେ. ସିଂ ଓ ଡ଼େପୁଟି କମାଣ୍ଡାଣ୍ଟ ବୃଷମ ମେହେର ତାଙ୍କୁ ସ୍ୱାଗତ କରିଥିଲେ । ପରେ ସିଆରପିଏଫ କ୍ୟାମ୍ପରେ ପହଞ୍ଚି ଯବାନମାନଙ୍କ ସହ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।ଏହାସହ ବିଭିନ୍ନ କୌଶଳ ସଂପର୍କରେ ପଚାରି ବୁଝିଥିଲେ । ସମ୍ମିଳନୀ କକ୍ଷରେ ସିଆରପିଏଫର ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରିଥିଲେ । ମୁନିଗୁଡ଼ା ନିକଟସ୍ଥ ଝିଲିଗୁଡ଼ାଠାରେ ନୂତନ ଭାବେ ତିଆରି ହେଉଥିବା ସିଆରପିଏଫ କ୍ୟାମ୍ପ ପରିଦର୍ଶନ କରିଥିଲେ ।ଏହି  ଅଞ୍ଚଳ ନକ୍ସଲ ପ୍ରବଣ ଅଞ୍ଚଳ ହୋଇଥିବାରୁ ମୁନିଗୁଡ଼ା, ଚନ୍ଦ୍ରପୁର, ରାଇବିଜ୍‍ ଓ ଡ଼ାଙ୍ଗ ସୋରଡ଼ାରେ ଥିବା ସିଆରପିଏଫ କ୍ୟାମ୍ପକୁ ଯାଇ କିପରି ନକ୍ସଲ ଦମନକୁ ମୂଳପୋଛ କରାଯାଇ ପାରିବ ସେ ନେଇ ଯବାନମାନଙ୍କ ସହ ଆଲୋଚନା କରିଥିଲେ  । ଯବାନମାନଙ୍କୁ ଅଧିକ ଶକ୍ତିଶାଳୀ ହୋଇ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିଲେ  । ତାଙ୍କ ଗସ୍ତ ବେଳେ ସିଆରପିଏଫର ବହୁ ଅଧିକାରୀ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁନିଗୁଡ଼ା ଆଇଆଇସି ଯଶୋବନ୍ତ ହିଆଲ, ତହସିଲଦାର ଫେର୍ଣ୍ଣେନାଣ୍ଡ ଏକ୍କା, ଅଗ୍ନିଶମ ଅଧିକାରୀ ବ୍ରହ୍ମାନନ୍ଦ ପ୍ରଧାନଙ୍କ ସମେତ ଏକ ଡ଼ାକ୍ତରୀ ଦଳ, ଦମକଳ ବାହିନୀ ପ୍ରମୁଖ  ଉପସ୍ଥିତ ରହିଥିଲେ ।

ଯବାନମାନଙ୍କୁ ଅଧିକ ଶକ୍ତିଶାଳୀ ହୋଇ କାର୍ଯ୍ୟ କରିବାକୁ  ଆଇଜି ନିର୍ଦେଶ ଦେଉଛନ୍ତି