ଚୋରା ବାଲି ଟ୍ରାକ୍ଟର ଗ୍ରାମବାସୀଙ୍କ ଦ୍ଵାରା ଜବଦ…

ଜଳେଶ୍ୱର/ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଜଳେଶ୍ଵର ତହସିଲ ଅଧିନ ଜମାଳପୁର ରେଭନିଓ ଅଞ୍ଚଳର ଏକତାଳି ରାଜସ୍ୱ ଗ୍ରାମର ମେଳକ ସାହିର ଲୋକମାନେ ସେହି ଗ୍ରାମ ନିକଟରେ ସୁବର୍ଣ୍ଣରେଖା ନଦୀ ପଠାରୁ ବେଆଇନ ଭାବେ ଚୋରା ବାଲି, ମାଫିଆମାନଙ୍କୁ ୪/୫ ମାସ ଧରି ବହୁ ଦାମରେ ବାଲି ବିକ୍ରି କରୁଥିବା ଯୋଗୁଁ ଗ୍ରାମର ଧନ ଜୀବନ ନଷ୍ଟ ହେଉଥିବାରୁ ଏକତାଳି ଗ୍ରାମବାସୀ ମେଳକ ଗ୍ରାମବାସୀମାନଙ୍କୁ ବାରମ୍ବାର ବୈଠକ ପାଇଁ ଡାକିଥିଲେ ମଧ୍ୟ ସେମାନେ ପ୍ରତ୍ୟାଖାନ କରିଥିଲେ ଏବଂ ବଘମାରୀ ଗ୍ରାମର ସଂଗ୍ରାମ ପଟ୍ଟନାୟକ, ତାଙ୍କର ଟ୍ରାକ୍ଟର ରେଜିଷ୍ଟ୍ରେସନ ନମ୍ବର OD-01-C-6490 ଗାଡ଼ିକୁ ଗ୍ରାମବାସୀ ମାନେ ଜବଦ କରି ରଖି ଜଳେଶ୍ଵର ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିବା ପରେ, ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ସୁପରଭାଇଜର ଶୁଭେନ୍ଦୁ କୁମାର ସାହୁ, ଜମାଳପୁର ଆର.ଆଇ ପ୍ରଭୁରାମ କାସ୍ତ, ଇନିସପେକ୍ଟର ପ୍ରତାପ ଚନ୍ଦ୍ର ଭଞ୍ଜ ଉପସ୍ଥିତ ହୋଇ ଏହି ଟ୍ରାକ୍ଟରକୁ ଜବଦ କରି ଏକତାଳି ଗ୍ରାମର ଶ୍ରୀକାନ୍ତ ଗିରିଙ୍କ ଘରେ ଜମା ରଖିଥିବା ଜଣା ପଡ଼ିଛି । ପ୍ରତିଦିନ ଭଳି ଆଜି ଭୋରରେ ୪ଟି ଟ୍ରାକ୍ଟର ଦ୍ଵାରା ବାଲି ଉଠାଇ ନେଇଯିବା ସମୟରେ ଗ୍ରାମବାସୀ ସେମାନଙ୍କୁ ଅଟକାଇବା ବେଳେ ମେଳକ ଗ୍ରାମର ସଞ୍ଜୟ ରାଉତ, କାଳିଆ ରାଉତ, ମଦନ ରାଉତ, ବାସୁଦେବ ରାଉତ, ପୂର୍ଣ୍ଣ ରାଉତ, ଗଗନ ରାଉତ, ସପନ ରାଉତ, ଚନ୍ଦନ ରାଉତ, ନାରାୟଣ ରାଉତ, ଖଗେନ୍ଦ୍ର ରାଉତ, ବଳିଆ ରାଉତ, ଫାରୁଆ, ମୋହନା, ରବି ରାଉତ, ଗୋପାଳ ରାଉତ ପ୍ରମୁଖ ବ୍ୟକ୍ତି ମାରଣାସ୍ତ୍ର ଧରି ଏକତାଳି ଗ୍ରାମବାସୀଙ୍କୁ ଗୋଡ଼ାଇ ଥିଲେ ବୋଲି ଗ୍ରାମର ଶତାଧିକ ବ୍ୟକ୍ତି ଏମାନଙ୍କ ବିରୋଧରେ ଓ ଜବଦ ହୋଇଥିବା ଟ୍ରାକ୍ଟରକୁ ନେବା ପାଇଁ ତହସିଲଦାର ଜଳେଶ୍ଵର ଙ୍କୁ ଲିଖିତ ଅଭିଯୋଗ କରି ଥିବାରୁ ତହସିଲଦାର ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି ।  

ରିପୋର୍ଟ : ଭୂପତି କୁମାର ପରିଡା