ଚୋରୀ ଘଟଣାରେ ୪ ଗିରଫ : ୧ପିକଆପ ଭ୍ୟାନ ଓ ୨୪ଟି ମୂଲ୍ୟବାନ ଟାୱାର ବ୍ୟାଟେରୀ ଜବତ

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ଆଜି ହିଞ୍ଜିଳି ପୋଲିସକୁ ବଡ ସଫଳତା ମିଳିଛି I ଏକ ଚୋରୀ ଘଟଣାରେ ୪ ଜଣକୁ ଗିରଫ କରିବା ସହିତ ଗୋଟିଏ ମାକ୍ସ ପିକଆପ ଭ୍ୟାନ ଓ ୨୪ଗୋଟି ମୁଲ୍ୟବାନ ଟାୱାର ବ୍ୟାଟେରୀ ଜବତ କରିଛି ହିଞ୍ଜିଳି ପୋଲିସ I ପୋଲିସ ସୂତ୍ରରୁ ପ୍ରକାଶ ଯେ ଗତ ୨୫ ତାରିଖରେ ପଞ୍ଜିକୃତ ହୋଇଥିବା ଏକ ଚୋରି ଘଟଣାର ତଦନ୍ତ ଚାଲିଥିଲା I ପୋଲିସ କୌଣସି ସୂତ୍ରରୁ ଖବର ପାଇ ବ୍ରହ୍ମପୁର ବଡ଼ବଜ଼ାର ଥାନା ଅଧିନସ୍ଥ ରଙ୍ଗୁଣି ବନ୍ଧ ସାହିର ନିତ୍ୟାନନ୍ଦ ନାୟକ (୫୩)କୁ ଧରିଆଣି ପଚରା ଉଚରା ବେଳେ ସବୁ କଥା ପଦାକୁ ଆସିଥିଲା I ନିତ୍ୟାନନ୍ଦ ନାୟକଙ୍କ ସହିତ ସୋରଡ଼ା ଥାନା ଅଧିନସ୍ଥ ତଟବାଲି ଗାଁର ସୁଚିତ୍ରା ପାଣିଗ୍ରାହୀ (୨୬ ) ଓ ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗାଁର କିଷାନ ସ୍ୱାଇଁ (୨୫)ମିଶି ଚୋରି କରି ଚୋରି ସାମଗ୍ରୀ ବ୍ରହ୍ମପୁରର ରନ୍ତପୁର ନିକଟସ୍ଥ ସୌଂଧର୍ଯ୍ୟ ନଗରରେ ରହୁଥିବା ଏକ ସ୍କ୍ରପ ଦୋକାନୀ ରାମ ଦାସ ଗୁପ୍ତା (୩୨)ଙ୍କୁ ବିକ୍ରି କରିଥିଲେ ବୋଲି ପୋଲିସକୁ ନିତ୍ୟାନନ୍ଦ କହିଥିଲା I ଫଳରେ ପୋଲିସ ରାମଦାସ ଗୁପ୍ତଙ୍କ ସ୍କ୍ରପ ଦୋକାନରେ ଚଢ଼ାଉ କରିଥିଲା I ଚଢ଼ାଉ ବେଳେ ପୋଲିସ ଏକ ମାକ୍ସ ପିକଆପ ଭ୍ୟାନ ଓ ୨୪ଗୋଟି ମୁଲ୍ୟବାନ ଟାୱାର ବ୍ୟାଟେରୀ ଜବତ କରିଛି I ସମ୍ପକ୍ତ ଅଭିଯୁକ୍ତ ୪ ଜଣକୁ ମଧ୍ୟ ହିଞ୍ଜିଳି ପୋଲିସ ଗିରଫ କରିଛି I

ରିପୋର୍ଟ : ରଜତ କୁମାର ପଟ୍ଟନାୟକ