ଗୁମ୍ମା ବ୍ଲକରେ ଜିଲ୍ଲାପାଳଙ୍କ ଉନ୍ନୟନ ମୂଳକ କାର୍ଯ୍ୟ, ସ୍କୁଲ ପରିଦର୍ଶନ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କଲେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା । ସୂଚନା ଅନୁସାରେ ଶ୍ରୀ ପଣ୍ଡା ଗୁମ୍ମା ବ୍ଲକ ଅନ୍ତର୍ଗତ ଜିବା ଓ ସେରଙ୍ଗରେ ଥିବା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ ଏହି ଦୁଇଟି ବିଦ୍ୟାଳୟ ୫-ଟି ରୂପାନ୍ତିକରଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି । ଏହାର ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ତଦାରଖ କରିବା ସହ ତୋରଙ୍ଗଡ଼ା ପଞ୍ଚାୟତର ମିଶନ ଜୀବିକା ଅନ୍ତର୍ଭୁକ୍ତ କାର୍ଯ୍ୟର ସମୀକ୍ଷା ଓ ଉଦ୍ୟାନ ବିଭାଗର କେତେକ ପ୍ଲାଣ୍ଟ ଦେଖିବା ପାଇଁ ଶ୍ରୀ ପଣ୍ଡା ଯାଇଥିବା ଜଣାପଡ଼ିଛି । ସେହିପରି ମୁନୁସିଂ ଗ୍ରାମର ମହିଳା ଗୋଷ୍ଟିଙ୍କ ଦ୍ଵାରା ଅଗର୍ବତୀ ପ୍ରସ୍ତୁତି ପ୍ରଣାଳୀ ଓ ରବର ପ୍ଲାଣ୍ଟ ସହିତ ଅନ୍ୟାନ୍ୟ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଆସନ୍ତା ନିର୍ବାଚନ ନିମନ୍ତେ ନିର୍ବାଚନ ପ୍ରକ୍ରିୟାରେ ଯେପରି ତ୍ରୁଟି ନହୁଏ ସେଥିପାଇଁ ବୁଥ ଗଠନ ଓ ବୁଥ ବୁଲି ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ବେଳେ ବିଡ଼ିଓ ଅନୁପ ଅଭିଷେଖ ବେହେରା, ତହସିଲଦାର ଭାସ୍କର ଚନ୍ଦ୍ର ସାହୁ, ଏଇଇ ଭାରତୀ ସିଂ, ଏଇ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ଜେଇ ରମେଶ ସାହୁ ଓ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଗଜପତି ଜଣାଇଛନ୍ତି ।

ରିପୋର୍ଟ : କୃଷ୍ଣ କୁମାର ବେହେରା